ଧାର୍ମିକ ପୀଠ ଓ ଭିଡ଼ ନିୟନ୍ତ୍ରଣ ଅଭିଜ୍ଞ
ଗଲା ଶନିବାର ଦିନ ନୂଆଦିଲ୍ଲୀ ରେଳ ଷ୍ଟେସନରେ ଦଳା ଚକଟାରେ ୧୮ଜଣଙ୍କ ମୃତୁ୍ୟ ଘଟଣା ପ୍ରଶାସନିକ ଦକ୍ଷତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି । ମାତ୍ର ୩ସପ୍ତାହ ମଧ୍ୟରେ ମହାକୁମ୍ଭ ମେଳା ସହ ଜଡିତ ଦଳାଚକଟା ଜନିତ ଦ୍ୱିତୀୟ ଘଟଣା । ପ୍ରବଳ ଭିଡ ଯୋଗୁଁ ପ୍ରୟାଗରାଜରେ ଦଳାଚକଟାରେ ଗତ ଜାନୁୟାରୀ ୨୯ ତାରିଖ ଦିନ ୩୦ଜଣଙ୍କ ମୃତୁ୍ୟ ଘଟିଥିବାବେଳେ ନୂଆଦିଲ୍ଲୀ ରେଳଷ୍ଟେସନରେ ଅସମ୍ଭାଭଳ ଭିଡ ଯୋଗୁଁ ଦଳାଚକଟାରେ ୧୮ଜଣଙ୍କ ମୃତୁ୍ୟ ଘଟିଛି । ଦୁଇଟି ଟ୍ରେନର ଯାତ୍ରାରେ ବିଳମ୍ବ ପାଇଁ ଏକ ସ୍ୱତନ୍ତ୍ର ଟ୍ରେନର ଘୋଷଣା ଷ୍ଟେସନ ଭିତରେ ଅସମ୍ଭାଳ ଭିଡ ସୃଷ୍ଟି ହେବା ଫଳରେ ଏହି ଦୁଃଖଦ ଟ୍ରାଜେଡି ଘଟିଛି । ତେବେ ଷ୍ଟେସନ ଭିତରେ ଦଳାଚକଟା ପ୍ରଶାସନିକ ଅପାରଗତା ଓ ବିଫଳତାକୁ ଦର୍ଶାଉଛି ବୋଲି କୁହାଯାଇପାରେ । ରେଳବାଇ କର୍ତ୍ତୃପକ୍ଷ ଦଳାଚକଟା ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ବିସ୍ତୃତ ତଦନ୍ତ ପାଇଁ ନିଦେ୍ର୍ଦଶ ପାଇଁ ନିଦେ୍ର୍ଦଶ ଦେଇଛନ୍ତି, ଯାହାକି ଦୁର୍ଘଟଣାର କାରଣ ଲୋକଲୋଚନକୁ ଆଣିବାରେ ସହାୟକ ହେବ । କେବଳ ଏତିକି ନୁହେଁ, ପ୍ରୟାଗରାଜଠାରେ ଅନୁଷ୍ଠିତ ମହାକୁମ୍ଭମେଳା ଅସମ୍ଭାଳ ଭିଡ ନେଇ ରେଳଷ୍ଟେସନ ଠାରୁ ଆରମ୍ଭ କରି ଆଖପାଖ ଅଂଚଳରେ ଥିବା ଧାର୍ମୀକ ପୀଠଗୁଡିକରେ ସୃଷ୍ଟି ହେଉଥିବା ଭିଡରେ ଏଭଳି ଘଟଣାକୁ ଏଡାଇବା ପାଇଁ ସତର୍କତାମୂଳକ ପଦକ୍ଷେପ ଆଗୁଆ ଗ୍ରହଣ କରାଯାଇପାରିବ । ଉଲ୍ଳେଖଯୋଗ୍ୟ ଯେ, ଚଳିତ ମହାକୁମ୍ଭ୍ ମେଳାରେ ଦଳାଚକଟାରେ ବର୍ତ୍ତମାନ ସୁଦ୍ଧା ୫୦ଜୀବନ ଗଲାଣି । ସେହିପରି ମହାକୁମ୍ଭକୁ ଯାଉଥିବା କିମ୍ବା ଫେରୁଥିବା ବେଳେ ସଡକ ଦୁର୍ଘଟଣାରେ ମଧ୍ୟ ପୃଥକ ଘଟଣାରେ ୫୦ରୁ ଊଦ୍ଧ୍ୱର୍ ଜୀବନ ଯାଇଥିବା ରିପୋର୍ଟ ପ୍ରକାଶ ପାଇଛି । ଗଲା ୨୦୧୦ ନୂଆଦିଲ୍ଲୀ ରେଳଷ୍ଟେସନରେ ସେହି ପ୍ଲାଟଫର୍ମରେ ପୃଥକ ଦଳାଚକଟାରେ ୨ଜଣଙ୍କର ମୃତୁ୍ୟ ଘଟିଥିଲା । ଏହି ଘଟଣା ପରେ ଟ୍ରେନର ପ୍ଲାଟଫର୍ମ ପରିବର୍ତ୍ତନ ନକରିବାକୁ ନିଷ୍ପତ୍ତି ହୋଇଥିଲା । କିନ୍ତୁ ସେହି ନିୟମର ପରିବର୍ତ୍ତନ କରିବାରୁ ଏଭଳି ଦଳାଚକଟା ଘଟିଛି । କିନ୍ତୁ ରେଳ କର୍ତ୍ତୃପକ୍ଷ ଏହି ଅଭିଯୋଗକୁ ଅସ୍ୱୀକାର କରି କହିଛନ୍ତି ଯେ, ସିଡିରୁ ଜଣେ ଯାତ୍ରୀ ପଡିଯିବା ଫଳରେ ଦଳାଚକଟା ଘଟଣା ଘଟିଥିଲା । ଆମ ଦେଶରେ ଦଳାଚକଟା ଜନିତ ଦୁର୍ଘଟଣା ନୂଆ ନୁହେଁ । ଭିଡ ପରିଚାଳନା ହେଉଛି ଏକ ଅନୁଧ୍ୟାନମୂଳକ ବିଜ୍ଞାନ । ଆନ୍ତର୍ଜାତିକ କ୍ଷେତ୍ରରେ ୧୯୮୦ରୁ ୨୦୨୨ ମଧ୍ୟରେ ଦଳାଚକଟା ଘଟଣାରେ ୧୩,୭୦୦ ଲୋକଙ୍କର ମୃତୁ୍ୟ ଘଟିଥିବା କୁହାଯାଇଛି । ଆଲହାବାଦ ରେଳଷ୍ଟେସନରେ ୨୦୧୩ ରେ ଏକ ଦଳାଚକଟା ଘଟଣାରେ ୪୨ଜଣ ଯାତ୍ରୀଙ୍କ ମୃତୁ୍ୟ ଘଟିବା ପରେ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଗଠନ କରାଯାଇ ଭିଡ ପରିଚାଳନା ପାଇଁ ସ୍ୱତନ୍ତ୍ର ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଇଥିଲା । ମାତ୍ର ତାହା ଏବେ ବିଫଳ ହୋଇଛି । ପ୍ରୟାଗରାଜ ମହାକୁମ୍ଭମେଳାରେ ଭିଡ ନିୟନ୍ତ୍ରଣ ପାଇଁ ଅତ୍ୟାଧୁନିକ ଜ୍ଞାନ କୌଶଳ ପ୍ରୟୋଗ କରାଯାଇଥିବା ସତ୍ତ୍ୱେ ତାହା ମଧ୍ୟ ସାଂପ୍ରତିକ ଦଳାଚକଟା ଘଟଣାରୁ ବିଫଳ ପ୍ରମାଣିତ ହୋଇଛି ବୋଲି କୁହାଯାଇପାରିବ । ଏବେ ଜନସଂଖ୍ୟା ବଢୁଥିବାବେଳେ ଧାର୍ମିକ ମନୋଭାବ ବଢୁଥିବାରୁ ଧାର୍ମିକ ପୀଠଗୁଡିକରେ ଭିଡ ସୃଷ୍ଟି ହେବା ସ୍ୱାଭାବିକ । ଅତୀତର ଘଟଣାବଳୀ ଓ ସାଂପ୍ରତିକ ଘଟଣାବଳୀକୁ ଦୃଷ୍ଟିରେ ରଖି ଯାତ୍ରୀଙ୍କ ନିରାପତ୍ତାକୁ ଧ୍ୟାନ ଦେବାର ଆବଶ୍ୟକତା ରହିଛି । ସେହିପରି ନୂଆଦିଲ୍ଲୀ ରେଳଷ୍ଟେସନ ଦଳାଚକଟା ଘଟଣାରୁ କର୍ତ୍ତୃପକ୍ଷ କିଛି ଶିକ୍ଷା କରିବେ ବୋଲି ଆମେ ଆଶା କରିବା ।
ସୌଭାଗ୍ୟ ରଂଜନ ମହାନ୍ତି,ମୋ:୭୯୭୮୬୬୬୪୦୩