ନବ ନିଯୁକ୍ତ ପ୍ରଶାସନିକ ସେବା ଅଧିକାରୀଙ୍କୁ ଇଣ୍ଡକ୍ସନ ଟ୍ରେନିଂ

 ଭୁବନେଶ୍ୱର: ନବ ନିଯୁକ୍ତ ଓଡ଼ିଶା ପ୍ରଶାସନିକ ସେବା ଓ ପଦୋନ୍ନତି ନିଯୁକ୍ତି ୨୦୨୦-୨୪ ବ୍ୟାଚ୍ ପାଇଁ ସେବା ନିଯୁକ୍ତି ପ୍ରବେଶ ପ୍ରଶିକ୍ଷଣ ବା ଇଣ୍ଡକ୍ସନ ଟ୍ରେନିଂ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହାକୁ ରାଜ୍ୟ ସରକାରଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଗୋପବନ୍ଧୁ ପ୍ରଶାସନ ଏକାଡେମୀର ମହାନିଦେ୍ର୍ଦଶକ ଜି. ମାଥିଭାଥନନ୍ ଶୁକ୍ରବାର ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମ ଅଧିକାରୀ ପ୍ରଶିକ୍ଷାର୍ଥୀମାନଙ୍କୁ ଅତ୍ୟାବଶ୍ୟକ ତଥା ଗୁରୁତ୍ୱପୂର୍ଣ୍ଣ ପ୍ରଶାସନିକ ଏବଂ ଶାସନ ଦକ୍ଷତା ପ୍ରଦାନ କରିବାରେ ସହାୟକ ହେବ । ଶ୍ରେଣୀଭିତ୍ତିକ ଶୈକ୍ଷିକ ଅଧିବେଶନ ତଥା କ୍ୟାମ୍ପସ ବାହାରେ ଶିକ୍ଷଣ କାର୍ଯ୍ୟକଳାପ ସହିତ ବିଭିନ୍ନ ମଡୁ୍ୟଲକୁ ନେଇ  ପ୍ରସ୍ତୁତ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଓଡ଼ିଶା ପ୍ରଶାସନିକ ସେବା ପ୍ରତ୍ୟେକ୍ଷ ନିଯୁକ୍ତି ୨୦୨୨ବ୍ୟାଚ୍ ଏବଂ ପଦୋନ୍ନତି ନିଯୁକ୍ତି୨୦୨୦-୨୪ବ୍ୟାଚ୍ ପାଇଁ ଯଥାକ୍ରମେ ୨୨ ଏବଂ ୧୦ ସପ୍ତାହ ପର୍ଯ୍ୟନ୍ତ ଚାଲିବ । ଏକାଡେମୀର ଉପମହାନିଦେ୍ର୍ଦଶକ ଲାଲା ମନୋଜ କୁମାର ରାୟ ପ୍ରାରମ୍ଭରେ ଅଧିକାରୀ ପ୍ରଶିକ୍ଷାର୍ଥୀମାନଙ୍କୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଜିଏଏର ଅତିରିକ୍ତ ନିଦେ୍ର୍ଦଶିକା ତଥା ଓଏଏସ୍ ଡିଆର ୨୦୨୨ ବ୍ୟାଚ୍ର ପାଠ୍ୟକ୍ରମ ନିଦେ୍ର୍ଦଶିକା ଡ. ମୋନାଲିସା ଲେଙ୍କା ଅଫିସର ପ୍ରଶିକ୍ଷଣର୍ଥୀଙ୍କ ପାଇଁ ପ୍ରସ୍ତୁତ ପ୍ରଶିକ୍ଷଣ ପାଠ୍ୟକ୍ରମ ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ସେଣ୍ଟର ଫର୍ ଗୁଡ୍ ଗଭର୍ଣ୍ଣାନ୍ସ, ଓଡ଼ିଶା (ସିଜିଜିଓ)ର ନିଦେ୍ର୍ଦଶକ ଡଃ. ଶଶାଙ୍କ ଗ୍ରହାଚାର୍ଯ୍ୟ ଉପସ୍ଥିତ ଥିଲେ । ଯୁଗ୍ମ ନିଦେ୍ର୍ଦଶକ ଦେବକଲ୍ୟାଣ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ପ୍ରଶିକ୍ଷଣ ଶୁଭାରମ୍ଭ କାର୍ଯ୍ୟକ୍ରମରେ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀ ଏବଂ ସେଣ୍ଟର ଫର ଗୁଡ୍ ଗଭର୍ଣ୍ଣାନ୍ସରଅନ୍ୟ ସମସ୍ତ ଅଧିକାରୀ ଏବଂ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।