ଗୋପୀଚନ୍ଦ ହିନ୍ଦୁଜାଙ୍କ ପୁସ୍ତକ "ଆଇ ଆମ୍' ଉନ୍ମୋଚିତ କଲେ ଉପରାଷ୍ଟ୍ରପତି
ଭୁବନେଶ୍ୱର : ଭାରତର ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଉପରାଷ୍ଟ୍ରପତି ଏନକ୍ଲେଭରେ ଏକ କାର୍ଯ୍ୟକ୍ରମରେ ହିନ୍ଦୁଜା ଗ୍ରୁପର ଚେୟାରମ୍ୟାନ ଏବଂ ପ୍ରସିଦ୍ଧ ବ୍ୟବସାୟୀ ଗୋପୀଚନ୍ଦ ପି. ହିନ୍ଦୁଜାଙ୍କ ସଂକଳିତ ପୁସ୍ତକ ‘ଆଇ ଆମ୍’କୁ ଉନ୍ମୋଚନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ରାଜନୈତିକ ଏବଂ ବ୍ୟବସାୟିକ ଜଗତର ପ୍ରମୁଖ ବ୍ୟକ୍ତି ଏବଂ କୂଟନୈତିକ ସମ୍ପ୍ରଦାୟର ସଦସ୍ୟମାନେ ଉପସ୍ଥିତ ଥିଲେ । ଏହି ଅବସରରେ ଶ୍ରୀ ଧନଖଡ଼ କହିଛନ୍ତି ଯେ, “ଶ୍ରୀ ଗୋପୀଚନ୍ଦ ପି. ହିନ୍ଦୁଜାଙ୍କ ଏକ ଚିନ୍ତାପ୍ରବଣ ଏବଂ ଚିନ୍ତାଜନକ ସଂକଳନ "ଆଇ ଆମ୍'ର ଉନ୍ତୋଚନ ପ୍ରକୃତରେ ଏକ ଗଭୀର ଏବଂ ଅନନ୍ୟ ମୁହୂର୍ତ୍ତ ।' ସନାତନର ଭୂମି, ଏକ ପ୍ରାଚୀନ ସଭ୍ୟତା ଏବଂ ବିଶ୍ୱ ଆଧ୍ୟାତ୍ମିକ କେନ୍ଦ୍ର ଭାରତରେ ଏହାର ଉନ୍ମୋଚନ ଗଭୀର ମହତ୍ୱ ରହିଛି । ଏହି ପୁସ୍ତକ ଭାରତୀୟତାର ସାର୍ବଜନୀନ ପ୍ରାସଙ୍ଗିକତାକୁ ଉଜ୍ଜ୍ୱଳ କରୁଛି ଯାହା ସମସ୍ତ ଧର୍ମରେ ଦେଖାଯାଏ । ହିନ୍ଦୁଜା ଗ୍ରୁପ୍ ଅଫ୍ କମ୍ପାନୀଜ୍ର ଚେୟାରମ୍ୟାନ ଅଶୋକ ପି. ହିନ୍ଦୁଜା କହିଛନ୍ତି ଯେ, “ଆମ ପରିବାର ପାଇଁ ବିଭିନ୍ନ ଭୌଗୋଳିକ ଅଞ୍ଚଳରେ ବିଭିନ୍ନ ସଂସ୍କୃତିକ ସହ ଆଗକୁ ବଢ଼ିବା ଏବଂ ସନାତନ ପରମ୍ପରାକୁ ବଜାୟ ରଖୁବା ସର୍ବଦା ଏକ ଜୀବନଶୈଳୀ ରହିଛି । ଆମର ବ୍ୟବସାୟ ସଫଳ ହୋଇଛି କାରଣ ବହୁସାଂସ୍କୃତିକ ବୁଝାମଣାକୁ ପ୍ରୋସôାହିତ କରିବା ଆମ ପାଇଁ ଏକ ବିଶ୍ୱାସର ବିଷୟ ହୋଇରହିଛି । ‘ପରମାର୍ଥ ନିକେତନ ଟ୍ରଷ୍ଟର ସଭାପତି ସ୍ୱାମୀ ଚିଦାନନ୍ଦ ସରସ୍ୱତୀ କହିଛନ୍ତି ଯେ, “ଗୋପୀଚନ୍ଦ ପି. ହିନ୍ଦୁଜାଙ୍କ ପୁସ୍ତକ ସାମଗ୍ରିକତା ବିଷୟରେ କଥା କହୁଛି । ଏହା ମୁଁରୁ ଆମେ ପର୍ଯ୍ୟନ୍ତ ଯାତ୍ରା ବିଷୟରେ, କାରଣ ତା’ପରେ ହିଁ ମାନବତା ଅସୁସ୍ଥତାରୁ କଲ୍ୟାଣଆଡକୁ ଗତି କରିପାରିବ । ଏହି କାର୍ଯ୍ୟକ୍ରମରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍, ରାଜ୍ୟସଭା ସାଂସଦ ଡକ୍ଟର ଅଭିଷେକ ମନୁ ସିଂଘବୀ, ବ୍ରିଟିଶ୍ ହାଇ କମିଶନର ଲିଣ୍ଡି କ୍ୟାମେରନ୍, ଏଚଡିଏଫ୍ସି କ୍ୟାପିଟାଲର ଏମ୍ଡି ଓ ସିଇଓ ବିପୁଲ ରୁଙ୍ଗଟା ଓ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ୍ର ଅଧ୍ୟକ୍ଷ ନବୀନ ଜିନ୍ଦଲ ଉପସ୍ଥିତ ଥିଲେ ।