ଟିଏମ୍ସିସି ପକ୍ଷରୁ ସ୍ପିକଫେଷ୍ଟ ଆୟୋଜିତ
ଭୁବନେଶ୍ୱର: ଟୋଷ୍ଟମାଷ୍ଟର୍ସ କମୁ୍ୟନିଟି କ୍ଲବ୍ ପକ୍ଷରୁ ଆଜି ଭୁବନେଶ୍ୱରସ୍ଥିତ ଉନ୍ନୟନ ସଂଶାଧନ ପ୍ରଶିକ୍ଷଣ କେନ୍ଦ୍ରରେ ଏହାର ପ୍ରମୁଖ ବାର୍ଷିକ ଇଭେଣ୍ଟ ସ୍ପିକଫେଷ୍ଟ ୨୦୨୫ ଆୟୋଜିତ ହୋଇଯାଇଛି । ସାର୍ବଜନୀନ ଭାଷଣଉପରେ ସଚେତନତା ସୃଷ୍ଟି ଉପରେ କେନ୍ଦ୍ରିତ ଏହି କାର୍ଯ୍ୟକ୍ରମରେ ଓଡିଶାର ଗୋଷ୍ଠୀମାନଙ୍କ ପାଇଁ ଇଣ୍ଟରାକ୍ଟିଭ କାର୍ଯ୍ୟକଳାପ ସହିତ ଶିକ୍ଷଣ ଏବଂ ନେଟୱାର୍କିଙ୍ଗର ଏକ ସମ୍ମିଶ୍ରଣ ଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲୁମିନସ୍ ଇନଫୋୱେଜ୍ର ସହ-ପ୍ରତିଷ୍ଠାତା ଏବଂ ସଭାପତି ଜୟଶ୍ରୀ ମହାନ୍ତି ଏବଂ ଅଟଳ ଇନକୁ୍ୟବେସନ୍ ସେଣ୍ଟର, ନାଳନ୍ଦା ଇନଷ୍ଟିଚୁ୍ୟଟ୍ ଅଫ୍ ଟେକ୍ନୋଲୋଜି ଫାଉଣ୍ଡେସନ୍ର ସିଇଓ ତଥା ଟିସିଏସ୍ ଏବଂ ଟାଟା ଷ୍ଟିଲ୍ରେ ଟୋଷ୍ଟମାଷ୍ଟର୍ସ କ୍ଲବ୍ର ସଦସ୍ୟ ଦୁର୍ଗା ପ୍ରସାଦ ଗୌଡ଼ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ । ଅତିଥିମାନେ ଯୋଗାଯୋଗ କୌଶଳର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ସ୍ପିକଫେଷ୍ଟର ଏହି ସଂସ୍କରଣରେ ଛାତ୍ରଙ୍କଠାରୁ ଆରମ୍ଭ କରି କର୍ପୋରେଟ୍ ଜଗତର କର୍ମଚାରୀ ଏବଂ ଉଦ୍ୟୋଗୀ ପର୍ଯ୍ୟନ୍ତ ୨୦୦ରୁ ଅଧିକ ଜଣ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ଟୋଷ୍ଟମାଷ୍ଟର୍ସ କମୁ୍ୟନିଟି କ୍ଲବ୍ର ସଭାପତି ହର୍ଷିତା ଶାହ କହିଛନ୍ତି ଯେ, ଟୋଷ୍ଟମାଷ୍ଟର୍ସ ଭାବରେ ଆମେ ବିଶ୍ୱାସ କରୁ ଯେ କେହି ନେତୃତ୍ୱ କ୍ଷମତା ନେଇ ଜନ୍ମ ହୁଅନ୍ତି ନାହିଁ ବରଂ ଏହାକୁ ବିକଶିତ କରିବାକୁ ପଡିଥାଏ ଏବଂ ପ୍ରତ୍ୟେକ ନେତାଙ୍କର ଉକôୃଷ୍ଟ ଯୋଗାଯୋଗ ଦକ୍ଷତା ରହିବା ଆବଶ୍ୟକ । ଟୋଷ୍ଟମାଷ୍ଟର୍ସର ଏହି ଅନନ୍ୟ ପ୍ଲାଟଫର୍ମ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ସ୍ପିକଫେଷ୍ଟ ହେଉଛି ଆମର ଏକ ବିନମ୍ର ପ୍ରୟାସ ।