ନାବାଳିକାକୁ କୁକର୍ମ ଅଭିଯୋଗ
ପିପିଲି : ପିପିଲି ଏନଏସି ଅଞ୍ଚଳ ପରିସରରେ ଜଣେ ୮ ବର୍ଷୀୟ ନାବାଳିକାକୁ ଜଣେ ବୃଦ୍ଧା କୁକର୍ମ କରିଥିବାର ଅଭିଯୋଗ ଥାନାରେ ହୋଇଛି । ଗତକାଲି ଦିନରେ ନାବାଳିକା ଜଣକ ନିଜ ଘର ପାଖରେ ଖେଳୁଥିବାବେଳେ ଏହି ସମୟରେ ନାବାଳିକାକୁ ଏକୁଟିଆ ଦେଖି ନାବାଳିକା ଘର ନିକଟରେ ମେଦିନପୁର ଅଞ୍ଚଳରୁ ଆସି ଭଡ଼ାରେ ରହୁଥିବା ଫେରିବାଲା ୬୭ ବର୍ଷୀୟ ସେଖ ବରେଲି ନାମକ ଜଣେ ବୃଦ୍ଧ ନାବାଳିକା ସହିତ ଜୋର ଜବରଦସ୍ତ କୁକର୍ମ କରିବା ପରେ ଏହି ଘଟଣା ସମ୍ପର୍କରେ କାହାରିକୁ ନଜଣାଇବା ପାଇଁ କହିବା ସହିତ ଯଦି ଏ ସମ୍ପର୍କରେ କାହରିକୁ ଜଣାବୁ ତାହାଲେ ଜୀବନରେ ମାରିଦେବା ପାଇଁ ତାକୁ ଧମକ ଦେଇଥିଲା । ଏହାପରେ ନାବାଳିକା ଜଣଙ୍କ ଘରକୁ ଫେରି ଯାଇଥିଲା । ରାତିରେ କଷ୍ଟ ହେବାରୁ ସେ ନିଜ ମା’ଙ୍କୁ ଏହି ବିଷୟରେ ଜଣାଇଥିଲା । ଆଜି ସକାଳେ ପରିବାର ଲୋକେ ନାବଳିକାକୁ ପିପିଲି ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା କରାଇବା ପରେ ଏ ସସମ୍ପର୍କରେ ପିପିଲି ଥାନାରେ ଅଭିଯୋଗ କରାଯାଇଥିଲା । ଖବର ପାଇ ପିପିଲି ଥାନାଧିକାରୀ ସୋ÷ମେନ୍ଦୁ ଶେଖର ତ୍ରିପାଠୀ ଘଟଣାସ୍ଥଳରେ ପହଞ୍ଚô ତଦନ୍ତ କରିବାସହିତ ପୁରୀରୁ ସାଇଂଟିଫିକ ଟିମ୍ ଘଟଣା ଘଟିଥିବା ସ୍ଥାନରେ ପହଞ୍ଚô ତଦନ୍ତ କରିବା ସହିତ ଏ ସମ୍ପର୍କରେ ପିପିଲି ଥାନାରେ ୨୯୩/୨୫ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ ଥାନାରେ ଅଟକରଖି ପଚରାଉଚରା ଜାରି ରହିଥିବାର ଥାନାଧିକାରୀ କହିଛନ୍ତି ।