୨୫ରୁ ସିଦେ୍ଧଶ୍ୱର ମନ୍ଦିରରେ ଭଜନ ସନ୍ଧ୍ୟା
କାକଟପୁର: ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ୍ ଅଧିନ ପାଇଖଳାର ପ୍ରସିଦ୍ଧ ଶୈବପୀଠ ସିଦେ୍ଧଶ୍ୱର ମହାଦେବଙ୍କ ପୀଠରେ ମହାଶିବରାତ୍ରି ଅବସରରେ ବାବା ସାଧୁଗୋସେଇଁ କମିଟି ଆନୁକୂଲ୍ୟରେ ଆସନ୍ତା ୨୫ ତାରିଖରୁ ୩ ଦିନ ବ୍ୟାପୀ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । କାର୍ଯ୍ୟକ୍ରମରେ ୨୫ ତାରିଖରେ ଓଡ଼ିଶାର ସୁପ୍ରସିଦ୍ଧ କଣ୍ଠଶିଳ୍ପୀ ଇରା ମହାନ୍ତି ଏବଂ ପ୍ରଦୀପ ପୋଲେଇ ଭଜନ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଥିବାବେଳେ, ୨୬ ତାରିଖରେ ପ୍ରସିଦ୍ଧ କୀର୍ତ୍ତନ ଗାୟକ ଲକି ବାବା ଏବଂ ୨୭ ତାରିଖରେ ସୁନାମଧନ୍ୟ କଣ୍ଠଶିଳ୍ପୀ ଶୈଳଭାମା ମହାପାତ୍ର ଭଜନ ପରିବେଷଣ କରିବେ ବୋଲି ଅନୁଷ୍ଠାନର ସଭାପତି ମିଟୁ ଚରଣ ସ୍ୱାଇଁ ସୂଚନା ଦେଇଛନ୍ତି । ସମସ୍ତ ବହୁସଂଖ୍ୟାରେ ଯୋଗଦେଇ ଭଜନ କାର୍ଯ୍ୟକ୍ରମକୁ ଉପଭୋଗ କରିବାପାଇଁ ଅନୁଷ୍ଠାନର ଉପଦେଷ୍ଟା ବ୍ରଜବନ୍ଧୁ ସେନାପତି ଏବଂ ସମ୍ପାଦକ ଶ୍ରୀ ନାଥ ବିଶ୍ୱାଳ ନିବେଦନ କରିଛନ୍ତି ।