ରହୁ ନାହାନ୍ତି ଡାକ୍ତର, ରୋଗୀ ସେବା ବାଧାପ୍ରାପ୍ତ

ରହୁ ନାହାନ୍ତି ଡାକ୍ତର, ରୋଗୀ ସେବା ବାଧାପ୍ରାପ୍ତ


 କାକଟପୁର: ପୁରୀ ଜିଲ୍ଲା କାକଟପୁର ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ଭିତ୍ତିଭୂମି ବିକାଶ ସତ୍ତ୍ୱେ  ଏଠାରେ ରହୁନାହାନ୍ତି ଡାକ୍ତର । ୪ ମାସ ଧରି ନାହାନ୍ତି ଫାର୍ମାସିଷ୍ଟ । ଆୟୁଷ ଡାକ୍ତରଙ୍କ ଭରସାରେ ଡାକ୍ତରଖାନା ·ଲିଥିଲେ ମଧ୍ୟ ଏଠାରେ ସାଧାରଣ ଥଣ୍ଡା ଓ  ଜ୍ୱର ରୋଗର ଚିକିତ୍ସାନାହିଁ ବୋଲି ଲୋକେ ଛକ ବଜାରରେ ଚର୍ଚ୍ଚା କରୁଛନ୍ତି । ପରିସ୍ଥିତିରେ ପଡିହେଉ କିମ୍ବାଗୁରୁତର ଦୁର୍ଘଟଣା ଶିକାରରେ ହେଉ ରୋଗୀ ଏହି ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସିଲେ ରୋଗୀଙ୍କୁ ଉପଯୁକ୍ତ ସେବା ବଦଳରେ କଟକ କିମ୍ବା ଭୁବନେଶ୍ୱରକୁରେଫର କରି ଦିଆଯାଉଛି । ରାଜ୍ୟ ସରକାରସ୍ୱାସ୍ଥ୍ୟ ସେବାର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି କେଉଁଠି ମେଡିକାଲ ରୂପାନ୍ତିକରଣ କାର୍ଯ୍ୟ କରୁଛନ୍ତି ତ ଆଉ କେଉଁଠି ଆମ ହସ୍ପିଟାଲ ଗୃହ ନିର୍ମାଣ ସାଙ୍ଗକୁ ଅତ୍ୟାଧୁନିକ ଯନ୍ତ୍ରପାତି  ଠାରୁ ଆରମ୍ଭ କରି କୋଠାବାଡ଼ି, ଗାଡି,  ଆମ୍ବୁଲାନ୍ସ, ନିରାମୟ ଯୋଜନାରେ ରୋଗୀଙ୍କୁ  ମାଗଣାରେ ଔଷଧପତ୍ର ବଣ୍ଟନ, ଡାକ୍ତର ଓ କର୍ମ·ରୀ ନିଯୁକ୍ତି କରୁଛନ୍ତି । କିନ୍ତୁ କାକଟପୁର ସ୍ୱାସ୍ଥ୍ୟ ଓ  ଆରୋଗ୍ୟ କେନ୍ଦ୍ରରେ ସରକାରଙ୍କ ଏସବୁ ଯୋଜନା ଫେଲ ମାରିଛି ବୋଲି ଲୋକେ ଅଭିଯୋଗ କରୁଛନ୍ତି । ପ୍ରଶାସନିକ ଅବହେଳା, ବିଭାଗୀୟ ଉଦାସୀନତା  ଓ ସ୍ଥାନୀୟ ଜନପ୍ରତିନିଧିଙ୍କ ଇଚ୍ଛା ଶକ୍ତି ଅଭାବରୁ ଏହି  ସ୍ୱାସ୍ଥ୍ୟ କେନ୍ଦ୍ରରେ ଦୀର୍ଘ ବର୍ଷ ଧରି ଏଭଳି ସମସ୍ୟା ଲାଗିରହିଛି । ଏଠାରେ ଅବସ୍ଥାପିତ ଏକ ମାତ୍ର ଡାକ୍ତର ସପ୍ତାହକୁ ୩ ଦିନ ଆସୁଥିବାବେଳେ ୪ ମାସ ହେବ ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ଫାର୍ମାସିଷ୍ଟ ·କିରୀରୁ ଅବସର ନେଇଥିଲେ ମଧ୍ୟ ତାଙ୍କ ସ୍ଥାନରେ ଫାର୍ମାସିଷ୍ଟ ନିଯୁକ୍ତି କରିବା ବଦଳରେ ବାଙ୍ଗୁରୀଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଜଣେ ବହୁମୁଖି ସ୍ୱାସ୍ଥ୍ୟ କର୍ମୀଙ୍କୁ ଡେପୁଟେସନଆଣି କେବଳ ନିରାମୟ ଯୋଜନାରେ ଔଷଧ ବିତରଣ ପାଇଁ ରଖାଯାଇଛି । ଜନୈକା ଆୟୁଷ ଡାକ୍ତରଙ୍କ ଭରସାରେ ଏହି ସ୍ୱାସ୍ଥ୍ୟ କେନ୍ଦ୍ର ସକାଳେ ·ଲିଲେ ଉପରବେଳା ବନ୍ଦ ରହୁଥିବାର ଦେଖିବାକୁ ମିଳୁଛି । ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ କାକଟପୁର ଏବଂ ଏହାର ଆଖପାଖ ପ୍ରାୟ ୧୨ ଟି ଗ୍ରାମପଞ୍ଚାୟତର ୫୫ ହଜାରରୁ ଉର୍ଦ୍ଧ ଲୋକ ନିର୍ଭର କରୁଥିବା ବେଳେ ପ୍ରତିଦିନ ଶହଶହ ରୋଗୀଙ୍କ ଲମ୍ବା ଧାଡି ଲାଗୁଛି । ଡାକ୍ତରଙ୍କ ଅନୁଉପସ୍ଥିତି କାରଣରୁ ଆୟୁଷ ଡାକ୍ତର ରୋଗୀଙ୍କୁ ଦେଖୁ ଦେଖୁ କଟକ କିମ୍ବା ଭୁବନେଶ୍ୱର ପଠାଇଦେଉଛନ୍ତି । ଏହାର ୨ ଗୋଟି କାରଣ ଥାଇପାରେ ବୋଲି ଏହି  ସ୍ୱାସ୍ଥ୍ୟ କେନ୍ଦ୍ରର ଜନୈକ କର୍ମ·ରୀ ନିଜ ନାମକୁ ଗୋପନ ରଖି ପ୍ରକାଶ କରିଛନ୍ତି । ପ୍ରଥମ କାରଣ ହେଲା ରୋଗ ନିରୂପଣ ସାଙ୍ଗକୁ ଆଘାତର ଗଭୀରତା ଏବଂ ଦ୍ୱିତୀୟ କାରଣ ହେଲା ସେ ଜଣେ ଆୟୁଷ ଡାକ୍ତର ହୋଇଥିବାରୁ ଚିକିତ୍ସାଜନିତ ରିସ୍କ ନେବାକୁ ·ହୁଁ ନାହାନ୍ତି । ଏଣୁ ରୋଗୀକୁ ରେଫର କରିଦେବାକୁ ଯଥାର୍ଥ ମନେକରୁଛନ୍ତି ।  ରୋଗୀଙ୍କ  ୱାର୍ଡର ଗୋଟିଏ କୋଣରେ ପ୍ଲାଷ୍ଟିକ ରଙ୍ଗ ବାଲଟି ଭର୍ତ୍ତି ହୋଇ ଗଦା ହୋଇଥିବା  ବେଳେ ଅନ୍ୟ କୋଣରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବ୍ୟାନର, ପୋଷ୍ଟର, ରଦି କାଗଜ ଠୁଳ ହୋଇ ୱାର୍ଡର ପରିବେଶକୁ ପୁତିଗ ନ୍ଧମୟ ପରିବେଶ ସୃଷ୍ଟି କରୁଛି । ରୋଗୀଙ୍କ ବେଡ଼ରେ ବେଡ଼ସିଟିଟିଏ ନାହିଁ । ଓଟି, ଲାବରଟୋରି ରୁମ,  ଡ୍ରେସିଙ୍ଗି ରୁମ କଥା ନକହିବା ଭଲ । ସ୍ୱାସ୍ଥ୍ୟକେନ୍ଦ୍ରର ଏକାଧିକ କର୍ମ·ରୀ ନିୟମିତ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସୁନଥିବା ଅଭିଯୋଗ ହେଉଛି । ପ·ରିଲେ ଉତ୍ତର ମିଳୁଛି ସାର ମ୍ୟାଡମ ଫିଲଡିରେ । ପୂର୍ବରୁ ଅଞ୍ଚଳବାସୀ ଏଠାରେ ବିପର୍ଯ୍ୟସ୍ଥ  ସ୍ୱାସ୍ଥ୍ୟ ସେବାକୁ ନେଇ ଅନେକବାର ଧାରଣା, ଧର୍ମଘଟ, ରାସ୍ତାରୋକ କରିଛନ୍ତି । କେବଳ ପ୍ରତିଶ୍ରୁତି, ଶାନ୍ତ୍ୱନା ଛଡା ଆଉ କିଛି ମିଳିନି ।