ନିଅଁ ଖୋଳାରେ ଅଟକିଛି ତଳଗଡ଼ ଆରଆଇ ଅଫିସ
ରଗଡି : ଶିଳାନ୍ୟାସ ସମୟରେ ଅଞ୍ଚଳବାସୀ ବିରୋଧ କରିଥିଲେ । ତଥାପି ଶିଳାନ୍ୟାସ ହେଲା ଆଉ ଫଳକ ଲାଗିଲା । କିନ୍ତୁ ଫଳକ ଲାଗିବାର ୫ମାସ ପରେ ଆରଆଇ ଅଫିସ ଗୃହ ନିର୍ମାଣ କେବଳ ନିଅଁ ଖୋଳାରେ ଅଟକିଛି । ଆମେ କହୁଛୁ କୋରେଇ ବ୍ଲକ ବ୍ୟାସନଗର ତହସିଲ ଅନ୍ତର୍ଗତ ତଳଗଡ଼ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ସହ ବାସ ଘର ନିର୍ମାଣର କଥା । ଯାହା କେବଳ ମାଟି ଖୋଳାରେ ସିମିତ ରହିଛି । ୫୦ଲକ୍ଷରୁ ଉର୍ଦ୍ଧ୍ୱ ବ୍ୟୟ ଅଟକଳରେ ତଳଗଡ଼ ଆରଆଇ କାର୍ଯ୍ୟାଳୟ ନିର୍ମାଣ ନିମନ୍ତେ କୋରେଇ ବିଧାୟକ ଆକାଶ ଦାସନାୟକ ତା୨୦ା୧୧ା୨୪ରେ ଶିଳାନ୍ୟାସ କରିଥିଲେ । ଏହି ୫ ମାସ ଭିତରେ କେବଳ ମାଟି ଖୋଳାରେ କାର୍ଯ୍ୟସିମିତ ରହିଛି । କାମ ଆଉ ଆଗଉନାହିଁ । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ଏପରି ଯଦି କାମ ଚାଲେ ତାହେଲେ ଶେଷ କେବେ ହେବ ବୋଲି ତାକୁ ନେଇ ପ୍ରଶ୍ନ ଉଠିଛି । ବିଭାଗୀୟ ଉଚ୍ଚ କର୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି ।