ନିମିଷା ପ୍ରିୟାଙ୍କ ମାମଲାରେ ଶୀଘ୍ର ଫାଶି

ନିମିଷା ପ୍ରିୟାଙ୍କ ମାମଲାରେ ଶୀଘ୍ର ଫାଶି

 କେରଳ ନର୍ସ ନିମିଷା ପ୍ରିୟା ଏବେ ୟେମେନର ଜେଲରେ ବନ୍ଦୀ ହୋଇ ଅଛନ୍ତି । ୟେମେନର ନାଗରିକ ମହଦୀଙ୍କୁ ହତ୍ୟା ମାମଲାରେ ତାଙ୍କୁ ଫାଶୀ ଦଣ୍ଡାଦେଶ ହୋଇଛି । ଭାରତରେ ନିମିଷାଙ୍କ ପରିବାର  ତାଙ୍କୁ ବଞ୍ଚାଇବାକୁ ଯଥାସାଧ୍ୟ ଚେଷ୍ଟା କରୁଛନ୍ତି । ହେଲେ ସେପଟେ ୟେମେନରେ ମୃତ ଯୁବକଙ୍କ ପରିବାର କିନ୍ତି ନରମିବାକୁ ନାରାଜ । ୟେମେନରେ ମୃତ୍ୟୁକୁ ଅପେକ୍ଷା କରିଥିବା ନିମିଷାଙ୍କ ବଞ୍ଚିବା ଆଶା ଦିନକୁ ଦିନ  ମଉଳି ଯାଉଛି । ନିମିଷାଙ୍କୁ  ଗତ ଜୁଲାଇ ୧୬ ତାରିଖରେ  ଫାଶୀ ହେବାର ଥିଲା । କିନ୍ତୁ ଭାରତର ଜଣେ ଇସ୍ଲାମ ର୍ଧମଗୁରୁଙ୍କ ଅପିଲ ପରେ ଏହାକୁ ସ୍ଥଗିତ ରଖାଯାଇଥିଲା ।

ହେଲେ ନିମିଷାଙ୍କୁ ଉପରେ ଯେଉଁ ୟେମେନ୍  ଯୁବକଙ୍କ ହତ୍ୟା ଅଭିଯୋଗରେ ଦଣ୍ଡ ଶୁଣାଣୀ ହୋଇଛି ଏବେ ତାଙ୍କ   ଭାଇ କିନ୍ତୁ ଏହାକୁ ନେଇ କଠୋର ହୋଇଛନ୍ତି      । କାଳ ବିଳମ୍ବ ନକରି ନିମିଷାଙ୍କୁ ଯଥାଶୀଘ୍ର ଫାଶୀ ଦେବାକୁ ପତ୍ର ଲେଖି ୟେମେନ ସରକାରଙ୍କୁ ଅପିଲ କରିଛନ୍ତି । ମୃତକ ମହଦୀଙ୍କ  ପରିବାର ଘଟଣା ସମାଧାନ କରିବାକୁ ଆଦୌ ପ୍ରସ୍ତୁତ ନୁହଁନ୍ତି । କେରଳର ନର୍ସ ନିମିଷା ୨୦୧୭ରେ ୟେମେନ ଯୁବକ ତଲାଲ ଅବଦୋ ମହଦୀଙ୍କୁ ହତ୍ୟା ଘଟଣାରେ ଏବେ ସେଠିକାର ଜେଲରେ ରହି ଫାଶୀକୁ ଅପେକ୍ଷା କରିଛନ୍ତି । କିନ୍ତୁ ପ୍ରକୃତରେ ନିମିଷା ମହଦୀଙ୍କୁ ମାରିବାକୁ ଚାହୁନଥିଲେ ବରଂ ତାଙ୍କୁ ଦେଇଥିବା ଇଞ୍ଜେକ୍ସନର ଡୋଜ୍ ଅଧିକ ହୋଇଯାଇଥିବାରୁ ତାଙ୍କର ମୃତ୍ୟୁ ହୋଇଯାଇଥିବା କୁହାଯାଇଥିବା ସତ୍ତ୍ବେ ଏହାକୁ ମାନିବାକୁ ମୃତକଙ୍କ ପରିବାର ନାରାଜ । ବରଂ ମହଦୀଙ୍କ ଭାଇ ୟେମେନ ଆଟର୍ଣ୍ଣି ଜେନେରାଲ ଓ ଜଜ୍ ଅବଦୁଲ ସଲାମ ଅଲ ହୁତିଙ୍କୁ ଚିଠି ଲେଖି ଏହାକୁ ସୋସିଆଲ ମିଡିଆରେ ମଧ୍ୟ   ପୋଷ୍ଟ କରିଛନ୍ତି । ଏଥିରେ ସେ ନିମିଷାଙ୍କୁ ଶୀଘ୍ର ଫାଶୀ ଦେବାକୁ ଅପିଲ କରିଛନ୍ତି ।