ନିଶା ନିବାରଣ ସଚେତନତା ଶୋଭାଯାତ୍ରା 

 ବାଙ୍କୀ: ବାଙ୍କୀର ଶତାୟୁ ଉଚ୍ଚବିଦ୍ୟାଳୟ ବି.କେ ବିଦ୍ୟାପୀଠ ଠାରେ ନବଚେତନା ସଂପର୍କିତ ଶିବିର କାର୍ଯ୍ୟକ୍ରମ ଶେଷ ହେବା ପରେ ବିଦ୍ୟାଳୟ ପରିସରରେ ଛାତ୍ରମାନଙ୍କର ନିଶା ନିବାରଣ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଶୋଭାଯାତ୍ରା ବିଦ୍ୟାଳୟ ଠାରୁ କଟକ -ବାଙ୍କୀ ମୁଖ୍ୟରାସ୍ତା ଦେଇ ଖମାରଙ୍ଗ ଓ ଚର୍ଚ୍ଚିକା ଗ୍ରାମ ପରିକ୍ରମା କରି ନିଶାନିବାରଣ ସଂପର୍କରେ ଜନସାଧାରଣଙ୍କୁ ସଚେତନ କରାଇଥିଲେ । ଏହି ଶୋଭାଯାତ୍ରାକୁ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ଓ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶ୍ରୀନିବାସ ବେହେରା ଶୁଭ ଉଦ୍ଘାଟନ କରିଥିଲେ । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନିବେଦିତା ଜେନା, ଜ୍ୟୋର୍ତିମୟୀ ପଣ୍ଡା, ସୁବ୍ରତ କୁମାର ଖଟୁଆ, ସୁଜିତ୍ ଦଳେଇ, ମିନୁଶ୍ରୀ ମଲିକ, ପୁନମ୍ ଗୁପ୍ତା, ସୁଚିତ୍ରା ବେହେରା, ଆୟୂଷା ଅର୍ପିତା ସାହୁ, ହେମନ୍ତ ପ୍ରଧାନ, ସେଫାଳୀ ମହାପାତ୍ର, ବିନୋଦିନୀ ଦେଇ, ଜୁଲେଖା ଫାରାହ, ଜ୍ୟୋର୍ତିମୟୀ ରାଉତ, ମଧୁସ୍ମିତା ସୁବୁଦ୍ଧି, ଚିତ୍ରରେଖା ମିଶ୍ର ଓ ଶୁଭାକାଙ୍କୀ ସାହୁ ପ୍ରମୁଖ ଶୋଭାଯାତ୍ରାରେ ସାମିଲ୍ ହୋଇଥିଲେ । ମନୋଜ କୁମାର ବେହେରା ଓ ସୁନୀଲ୍ କୁମାର ବେହେରା ସହଯୋଗ କରିଥିଲେ ।