ବିଜେପିର ମିଶ୍ରଣ ପର୍ବ 

ଜଗତସିଂହପୁର,: ଜଗତସିଂହପୁର ବ୍ଲକ ଅନ୍ତର୍ଗତ ମଣ୍ଡାସାହି  ପଞ୍ଚାୟତ ଉତ୍ତରଣ୍ଡା ଠାରେ ବିଜେପିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଜେପିର ଜଗତସିଂହପୁର ବିଧାୟକ ପ୍ରାର୍ଥୀ ଅମରେନ୍ଦ୍ର ଦାସ ମୁଖ୍ୟ ଅତିଥିଭାବେ ଯୋଗଦେଇ ଥିଲେ । ସାମ୍ମାନିତ ଅତିଥିଭାବେ ମଣ୍ଡାସାହି ମଣ୍ଡଳ ସଭାପତି ଶିଶିର ପାତ୍ର, ଜଗତସିଂହପୁର ବ୍ଲକ ପୂର୍ବତନ ଉପାଧ୍ୟକ୍ଷ ପ୍ରସନ୍ନ ସ୍ୱାଇଁ, ଉପାଧ୍ୟକ୍ଷ  ଲକ୍ଷ୍ମୀକାନ୍ତ ସ୍ୱାଇଁ, ସାରଙ୍ଗ ପାଇଟାଳ, ରାଜ କିଶୋର ମହାନ୍ତି, ଚକ୍ରଧର ପ୍ରଧାନ, ସୁବାଷ ଭୋଇ, ସାରଙ୍ଗ ପାଇଟାଳ ସୁଶୀଲ ପଟ୍ଟନାୟକ, ଶ୍ରବଣ ଜେନା, ସୌମ୍ୟ ରଞ୍ଜନ ହାତୀ ପ୍ରମୁଖ ଯୋଗଦେଇ ତୃଣମୂଳ ସ୍ତରରେ ସଂଗଠନକୁ ସଦୃଢ କରି ବିଧାୟକ ପ୍ରାର୍ଥୀ ଅମରେନ୍ଦ୍ର ଦାସ ଓ ସାଂସଦ ପ୍ରାର୍ଥୀ ବିଭୁ ପ୍ରସାଦ ତରାଇଙ୍କୁ ପଦ୍ମ ଫୁଲ ଚିÿହ୍ନରେ ଭୋଟ ଦେବା ପାଇଁ ଅନୁରୋଧ କରିଥିଲେ ।