ଇଟା ଭାଟି ବନ୍ଦ ନିଦେ୍ର୍ଦଶକୁ ମାନୁ ନାହାନ୍ତି ତହସିଲଦାର

ନିଆଳି: ଇକୋ ସେନସିଟିଭ ଯୋନରେ ବେଆଇନ ଇଟାଭାଟି ନିର୍ମାଣ କାର୍ଯ୍ୟକୁ ବନ୍ଦ କରିବାକୁ ହାଇକୋର୍ଟ ନିଦେ୍ର୍ଦଶ ଦେଇଥିବା ବେଳେ ନିଦେ୍ର୍ଦଶକୁ ପାଳୁ ନାହାନ୍ତି ନିଆଳି ତହସିଲଦାର । ସୂଚନା ଅନୁସାରେ ଅଁଳ ପଞ୍ଚାୟତର ଶଙ୍କରପଦା, ବିଳାଶୁଣୀ ପଂଚାୟତ ବିଳାଶୁଣୀ ଗ୍ରାମ, ଜଲାର ପୁର ପଂଚାୟତ ହନୁମାନ ମନ୍ଦିର ପଛପଟ, ମାଧବ ପଂଚାୟତ ସଦା ବାବାଜୀ ତୋଟା, ପହଙ୍ଗା ପଞ୍ଚାୟତ ଭଳି ଅନେକ ଜାଗାରେ ବେଧଡ଼କ ଭାବରେ ଗଢି ଉଠିଛି ଇଟାଭାଟି । ଏହି ସବୁ ଇଟାଭାଟି ଗୁଡିକରୁ  ତହସିଲଦାର  କିଛି ରାଜସ୍ୱ କାଟି ମୋଟା ଅଙ୍କର ଅର୍ଥ ନିଜ କର୍ମଚାରୀଙ୍କ ଦ୍ୱାରା ପକେଟ କୁ ନେଇଥିବା ଅଭିଯୋଗ ହେଉଛି । ପ୍ରଶାସନ ପକ୍ଷରୁ ସେନ୍ସଟିଭ ଅଂଚଳ ରୁ ଇଟାଭାଟି ଗୁଡିକ ବନ୍ଦ କରିବାକୁ ଆଖିଦୃଷ୍ଟିଆ କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ । ଯାହାଫଳରେ ଇଟାଭାଟି ମାଲିକଙ୍କ ପ୍ରାର୍ଦୁଭାବ ବଢ଼ି ଚାଲିଛି । ବିଧାୟକ ଛବି ମଳିକ ବେଆଇନ ଇଟା ଭାଟିକୁ ପ୍ରସୟ ଦିଆଯିବ ନାହିଁ ବୋଲି କହିଥିବା ବେଳେ କିଭଳି ଭାବରେ ତହସିଲଦାର ଉକ୍ତ କଥାକୁ କର୍ଣ୍ଣପାତ କଲେ ନାହିଁ । ଯାହାକୁ ନେଇ ଓଡିଶା ହାଇକୋର୍ଟରେ ପରିବେଶ ବିତି ବାସୁଦେବ ମଙ୍ଗରାଜ ଓ କୀର୍ତ୍ତିକ ମହାପାତ୍ର ମାମଲା ରୁଜୁ କରିବେ ।