ନୂଆପଡ଼ା ଉପନିର୍ବାଚନ ପ୍ରସ୍ତୁତି : ଅକ୍ଟୋବର ୯ରେ ଚୂଡ଼ାନ୍ତ ଭୋଟର ତାଲିକା

 ଭୁବନେଶ୍ୱର: ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି  । ଭୋଟର ତାଲିକାରେ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ବିଜ୍ଞପ୍ତି ଜାରି କରିଛନ୍ତି  । ଆସନ୍ତା ଅକ୍ଟୋବର ୯ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ  । ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ସେପ୍ଟେମ୍ବର ୧୪ ସୁଦ୍ଧା ମତଦାନ କେନ୍ଦ୍ରର ପୁନଃ ବ୍ୟବସ୍ଥାପନ ବା ପରିବର୍ତ୍ତନ ହେବ  । ସେହିପରି ସେପ୍ଟେମ୍ବର ୧୫ରେ ସମନ୍ୱିତ ଚିଠା ଭୋଟର ତାଲିକା ପ୍ରକାଶ ପାଇବ  । ଏନେଇ କାହାର କୌଣସି ଦାବି ବା ଆପତ୍ତି ଥିଲେ ସେପ୍ଟେମ୍ବର ୨୯ ସୁଦ୍ଧା ଜଣାଇପାରିବେ  । ଅକ୍ଟୋବର ୭ ସୁଦ୍ଧା ଦାବି ବା ଆପତ୍ତିର ସମାଧାନ କରାଯାଇ ଅକ୍ଟୋବର ୯ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ  ।