ନୂଆବର୍ଷର ଅଭିନନ୍ଦନ ଜଣାଇଲେ ମୋହନ : ‘ଶୁଭେଚ୍ଛା ଜଣାଇବାକୁ ସିଏମଓ ଆସନାହିଁ’
ସରକାରୀ କାର୍ଯ୍ୟାଳୟ ନପାଲଟୁ ନୂଆବର୍ଷ ପାଳନର ସ୍ଥଳୀ
ଭୁବନେଶ୍ୱର : ଇଂରାଜୀ ନୂଆବର୍ଷ ୨୦୨୬ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ଏହି ଦିନଟି ସରକାରୀ କାର୍ଯ୍ୟ ଦିବସ ରହୁଥିବାରୁ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏକ ସାଧାରଣ କାର୍ଯ୍ୟଦିବସ ଭାବେ ଚାଲିବ । ତେବେ, ମୁଖ୍ୟମନ୍ତ୍ରୀଙ୍କୁ କିମ୍ବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀଙ୍କୁ ଇଂରାଜୀ ନବବର୍ଷର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବାକୁ କେହି ବ୍ୟକ୍ତିଗତ ଭାବେ ନଆସିବାକୁ ଅନୁରୋଧ ସେ ଅନୁରୋଧ କରିଛନ୍ତି। ଏହି ଦିନ ସରକାରୀ କାର୍ଯ୍ୟଦିବସ ରହୁଥିବାରୁ, ସମସ୍ତ ରାଜ୍ୟ ସରକାରୀ କାର୍ଯ୍ୟାଳୟରେ ନିୟମିତ କାର୍ଯ୍ୟ ଜାରିରହିବ। ସରକାରୀ କାର୍ଯ୍ୟାଳୟକୁ କୌଣସି ପ୍ରକାରେ ଇଂରାଜୀ ନୂଆବର୍ଷ ପାଳନର ସ୍ଥଳୀ ନକରିବାକୁ ପରାମର୍ଶ ଦିଆଯାଇଛି। କେବଳ ବ୍ୟକ୍ତିଗତ ସୌଜନ୍ୟମୂଳକ ସମ୍ଭାଷଣ ବ୍ୟତୀତ କୌଣସି ପ୍ରକାର ଉତ୍ସବ, ଭେଟଘାଟ୍, ଭୋଜିଭାତ, ପାର୍ଟି ଇତ୍ୟାଦି ରାଜ୍ୟ ସରକାରୀ କାର୍ଯ୍ୟାଳୟ ପରିସର ମଧ୍ୟରେ ସମ୍ପୂର୍ଣ୍ଣ ଭାବେ ବାରଣ କରାଯାଉଛି । ସମସ୍ତ କାର୍ଯ୍ୟାଳୟ ଓ ଅନୁଷ୍ଠାନର ମୁଖ୍ୟ ଏହାକୁ କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
Samir Kumar Rout