ପର୍ଯ୍ୟଟନ ବିଭାଗ ଆଢୁଆଳରେ ଗୋପବନ୍ଧୁଙ୍କ କର୍ମସ୍ଥଳୀ

  • ବିକାଶ ପାଇଁ କଥାଦେଇ ଭୁଲିଗଲେ ଉପମୁଖ୍ୟମନ୍ତ୍ରୀ

ଆବାହନ କାଳରୁ  ଅବହେଳିତ ଓ ପଛୁଆ  ଅଞ୍ଚଳର ମାନ୍ୟତା ପାଇଥିବା ଗ୍ରାମଟି ହେଲା  ଗୋପ ବ୍ଲକ ଅନ୍ତର୍ଗତ ଡଭାର ଗ୍ରାମପଞ୍ଚାୟତ । ଉକ୍ତ ଗ୍ରାମର ଭୌଗଳିକ ସ୍ଥିତି ଦେଖିଲେ ଅନୁମାନ କରିହେବ ଗ୍ରାମର ସ୍ଥିତି କିପରି ହୋଇଥିବ । ଉଭୟ ପାର୍ଶ୍ୱରେ ଏକାଧିକ ନଦୀ ପ୍ରଭାହିତ ହେଉଥିବାରୁ ବର୍ଷା ସମୟରେ ଜଳମଗ୍ନ ହୋଇରହିଥାଏ । ଗ୍ରାମବାସୀମାନେ ସଦାସର୍ବଦା ଅନ୍ୟର ସହାୟତା ଉପରେ ନିର୍ଭରଶିଳ । ଯଦିଓ ତକ୍ରାଳୀନ ସରକାରଙ୍କ ସମୟରେ ଏହି ଗ୍ରାମକୁ ଏକ ସ୍ୱତନ୍ତ୍ର ପଞ୍ଚାୟତର ମାନ୍ୟତା ପ୍ରଦାନ କଲେ କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ଭିତିଭୂମିର ବିକାଶ ହୋଇପାରିଲାନାହିଁ । ଡଭାରବାସୀଙ୍କ ସମସ୍ୟା ଦେଖି ଏକ  ମିସିନାରୀ ସଂସ୍ଥା ପ୍ରଥମେ ସହାୟତାର ହାତ ବଡଇଥିଲା । କିନ୍ତୁ ସେମାନଙ୍କର ଲକ୍ଷ ଥିଲା ଭିନ୍ନ ଏହା ବେଶ ଅନୁଭବ କରିହେଉଥିଲା । ଏ ସବୁ କଥା   ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସ ଯେତେବେଳେ ଜାଣିପାରିଲେ ତୁରନ୍ତ ଏହି ଗ୍ରାମକୁ ଆସିଥିଲେ । ଆଉ ତାପରେ ନିଜକୁ ସାମିଲ କରିବା ଓ ନିଜର ଜୀବନଶୈଳୀକୁ ସମାଜରେ ଅବହେଳିତ ଓ ନିଷ୍ପେସିତ ଅବସ୍ଥାରେ ରହୁଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ଉତ୍ସର୍ଗକୃତ କରିଥିଲେ । ଆଉ ସେଥିପାଇଁ ତାଙ୍କର କର୍ମଭୂମି ଭାବେ ଗୋପ ବ୍ଲକର ଡଭାର ଗ୍ରାମକୁ ହି ଚୟନ କରିଥିଲେ । ଯଦିଓ ଗୋପବନ୍ଧୁ ଦାସଙ୍କ ଜନ୍ମସ୍ଥଳୀ ସୁଆଣ୍ଡୋ ଗ୍ରାମ ହୋଇଥିଲା କିନ୍ତୁ ତାଙ୍କର କର୍ମସ୍ଥଳୀଥିଲା ଗୋପ ବ୍ଲକ ଡଭାର ଗ୍ରାମ ଥିଲା । ତକ୍ରାଳୀନ ସରକାରଙ୍କ ସମୟରେ ଗୋପବନ୍ଧୁଙ୍କ ଜନ୍ମସ୍ଥଳୀକୁ ଯେଉଁଭଳି ଗୁରୁତ୍ୱ ପ୍ରଦାନ କରିଥିଲେ ତାର ଆଂଶିକ ଯଦି କର୍ମକ୍ଷେତ୍ରକୁ ଦେଇଥାନ୍ତେ ଆଜି ଡଭାର ଗ୍ରାମର ଏକ ସ୍ୱତନ୍ତ୍ର ପରିଚୟ ହୋଇପାରିଥାନ୍ତି  । ସେଥିପାଇଁ ଏହି  ଗ୍ରାମର ଗୋପବନ୍ଧୁ ଯୁବକ ସଂଘ ପକ୍ଷରୁ ଗତ ବର୍ଷ ଗୋପବନ୍ଧୁଙ୍କ ଜୟନ୍ତୀର ୨ ମାସ ପୂର୍ବରୁ  କଠିନ ପରିଶ୍ରମ କରିଥିଲେ । ଯେପରି ଗୋପବନ୍ଧୁଙ୍କ କର୍ମସ୍ଥଳୀକୁ ଗୁରୁତ୍ୱ ଦିଆଯିବ ସେଥିପାଇଁ ଗ୍ରାମର ଯୁବକ ସଂଘ ପକ୍ଷରୁ ଦଳମତ ନିର୍ବିଶେଷରେ ସରପଞ୍ଚଙ୍କ କଥାମୁତାବକ ଉପମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରୀତ କରିଥିଲେ । ଗତ ବର୍ଷ ଅକ୍ଟୋବର ମାସ ୯ ତାରିଖରେ ଗୋପବନ୍ଧୁଙ୍କ ୧୪୭ତମ ଜୟନ୍ତୀ ପାଇଁ ଡଭାର ଗ୍ରାମରେ ବହୁ ଆୟୋଜନ ମଧ୍ୟ  କରିଥିଲେ ଯୁବକ ସଂଘ । କିନ୍ତୁ ସେହି ଦିନ ଏକ ସରକାରୀ କାର୍ଯ୍ୟକ୍ରମରେ ଶ୍ରୀମତ୍ରୀ ପରିଡା ଥିବାରୁ ଡଭାରକୁ ଆସି ନଥିଲେ । ତେଣୁ ପଣ୍ଡିତ ଉତ୍କଳମଣୀ ଗୋପବନ୍ଧୁ ଦାସଙ୍କର ଏକ ପ୍ରତିମୃର୍ତ୍ତି ଗୋପ ବ୍ଲକ ଉପାଧ୍ୟକ୍ଷ ବନରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷୟତା ସଭା କାର୍ଯ୍ୟ ସମ୍ପର୍ଣ୍ଣ ହୋଇଥିଲା ।

ଏଥିରେ ୧୧ ନଂ ଜୋନ୍‌ ଜିଲ୍ଲାପରିଷଦ ସଭ୍ୟ ପ୍ରମୋଦ ରାୟ, ଗୋପ ବିକାଶ ପରିଷ ନରେନ୍ଦ୍ର ଦାଶ ଓ ସ୍ୱର୍ଗତ ସତ୍ୟପ୍ରିୟ ନାୟକ, ସରପଞ୍ଚ ଓ ସମିତି ସଭ୍ୟ ଏବଂ ଗୋପବନ୍ଧୁ ଯୁବକ ସଂଘ ସଭାପତି ଜିତେନ୍ଦ୍ରିୟ ବେହେରଉପସ୍ଥିତ ଥିଲେ । ଦୀର୍ଘ ବର୍ଷ ଧରି ପୂର୍ବପୁରୁଷମାନେ ଏଠାରେ ଅବହେଳିତ ଦୁଃଖ କଷ୍ଟ ଠାରୁ କ’ଣ ଅଧିକ ହେବ । ଏ ସବୁ ଦୃଶ୍ୟ ଦେଖି ବନରଞ୍ଜନ ପଟ୍ଟନାୟକ କଥା ଦେଇଥିଲେ ନିଶ୍ଚିତ ଶ୍ରୀମତୀ ପରିଡା ଡଭାର ଗ୍ରାମକୁ ଆସିବେ ଆଉ ଗୋପବନ୍ଧୁଙ୍କ କର୍ମକ୍ଷେତ୍ରକୁ ଏକ ସ୍ୱତନ୍ତ୍ର ମାନ୍ୟତା ପ୍ରଦାନ କରିବେ । କିନ୍ତୁ ଆଜିକୁ ଏକ ବର୍ଷ ବିତିଯାଇଥିଲେ ମଧ୍ୟ ଉପମୁଖ୍ୟମନ୍ତ୍ରୀ ଗୋପବନ୍ଧୁ ଦାସଙ୍କ କର୍ମକ୍ଷେତ୍ରକୁ ଗଲେ ନାହିଁ କି ପ୍ରତିଶ୍ରୁତି ମୁତାବକ କାର୍ଯ୍ୟ କଲେନାହିଁ । ଆଜି ଗୋପବନ୍ଧୁ ଦାସ ଙ୍କ କର୍ମକ୍ଷେତ୍ର ପର୍ଯ୍ୟଟନ ବିଭାଗ ଆଡୁଆଳରେ ପଡ଼ିରହିଛି । ଏହା ଡଭାର ଗ୍ରାମବାସୀଙ୍କ ପ୍ରତି ଯେତିକି ଅବହେଳିତ ତା ଠାରୁ ଅଧିକ ଦୁଃଖଦାୟକ ହେଉଛି ଗୋପବନ୍ଧୁ ଦାସଙ୍କ ପ୍ରତି । ଏଥିପ୍ରତି ତୁରନ୍ତ ଦୁଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିକଟରେ ପୂର୍ବତନ ମନ୍ତ୍ରୀ ସମୀର ରଞ୍ଜନ ଦାଶ ଓ ଗୋପବନ୍ଧୁ ଯୁବକ ସଙ୍ଘ  ସଭାପତି ଜିତେନ୍ଦ୍ରୀୟ ବେହେରା ଦାବି କରିଛନ୍ତି ।