ଅନୁଗୁଳ ଜିଲ୍ଲା ବିଜେପି ସମ୍ପାଦକ ନିଲମ୍ବିତ

 ଭୁବନେଶ୍ୱର: ଦଳବିରୋଧି କାର୍ଯ୍ୟ ପାଇଁ ଅନୁଗୁଳ ଜିଲ୍ଲା ବିଜେପି ସମ୍ପାଦକ ସୁଦୀପ୍ତ ସ୍ୱାଇଁଙ୍କୁ ଦଳରୁ ନିଲମ୍ବନ କରାଯାଇଛି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିଦେ୍ର୍ଦଶକ୍ରମେ ବିଶୃଙ୍ଖଳା ଆଚରଣ ଏବଂ ଦଳୀୟ ଅନୁଶାସନ ଭଙ୍ଗ କାରଣରୁ ତାଙ୍କୁ ନିଲମ୍ବିତ କରାଯାଇଥିବା ସୂଚନା ଦେଇଛନ୍ତି । ଶୃଙ୍ଖଳା କମିଟି ରାଜ୍ୟ ଆବାହକ ସୁଦର୍ଶନ ନାୟକ ଏହା ସ୍ପଷ୍ଟ କରିଛନ୍ତି ।