ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା : ମମତାଙ୍କ ଦାୟିତ୍ୱହୀନ ମନ୍ତବ୍ୟ

ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା : ମମତାଙ୍କ ଦାୟିତ୍ୱହୀନ ମନ୍ତବ୍ୟ

ପଶ୍ଚିମବଙ୍ଗର ଦୁର୍ଗାପୁର ସ୍ଥିତ ଏକ ଘରୋଇ ମେଡିକାଲ୍ କଲେଜର ଦ୍ୱିତୀୟ ବର୍ଷ ଓଡ଼ିଆ ଛାତ୍ରୀଙ୍କୁ ଗଣକୁକର୍ମ ଘଟଣା । ଘଟଣା ପରେ ପ୍ରଥମ ମିଡିଆ ବୈଠକରେ ପ୍ରତିକ୍ରିୟା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ରାତିରେ ଝିଅମାନଙ୍କୁ କଲେଜ ବାହାରକୁ ଯିବାକୁ ଅନୁମତି ନ ଦେବାକୁ ଘରୋଇ କଲେଜଗୁଡ଼ିକୁ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଯେ, ଝିଅମାନଙ୍କୁ ରାତିରେ କଲେଜ ବାହାରକୁ ଯିବାକୁ ଅନୁମତି ଦିଆଯିବା ଉଚିତ୍ ନୁହେଁ ଏବଂ ସେମାନେ ନିଜେ ନିଜକୁ ସୁରକ୍ଷିତ ରଖିବା ଆବଶ୍ୟକ। “ଏହା ଜଙ୍ଗଲିଆ ଅଞ୍ଚଳ। ଘରୋଇ କଲେଜଗୁଡ଼ିକ ଛାତ୍ରୀଙ୍କ ଦାୟିତ୍ୱ ଠିକ୍ ଭାବେ ନେବା ଦରକାର ଏବଂ ରାତିର ସଂସ୍କୃତି ଉପରେ ନଜର ରଖିବା ଉଚିତ୍,” ବୋଲି ସେ କହିଛନ୍ତି। ଏହା ସହିତ ଅନ୍ୟ ରାଜ୍ୟଗୁଡ଼ିକରେ ଘଟୁଥିବା ଏହିପରି ଘଟଣାକୁ ନିନ୍ଦନୀୟ ବୋଲି କହି ମଣିପୁର, ଉତ୍ତରପ୍ରଦେଶ, ବିହାର ଓ ଓଡ଼ିଶାରେ ଘଟିଥିବା ଘଟଣାର ଉଲ୍ଲେଖ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, “ସେ ଘରୋଇ ମେଡିକାଲ୍ କଲେଜରେ ପଢ଼ୁଥିଲେ। ଏହା କାହାର ଦାୟିତ୍ୱ? ରାତି ସାଢ଼େ ୧୨ଟାରେ କିପରି ବାହାରକୁ ଆସିଲେ?” । ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ଧରିବ ଏବଂ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆଶ୍ୱାସନ ଦେଇଛନ୍ତି ।