ପୁସ୍ତକ ‘ଛୁଆକର ଗୀତ’ ଲୋକାର୍ପିତ

 ବଲାଙ୍ଗିର :  ଲୋକ ସଂସ୍କୃତି ଗବେଷକ, କବି ତଥା କୋସଲି ମୁ୍ୟଜିୟମ ପ୍ରତିଷ୍ଠାତା ସ୍ୱର୍ଗତ ନିମାଇଁ ଚରଣ ପାଣିଗ୍ରାହଙ୍କ ଲୋକ ସାହିତ୍ୟର ସଂଗ୍ରହ, ସଂପାଦନା ଓ ପ୍ରକାଶନ ଧାରାରେ କୋସଲି ଲୋକ ସାହିତ୍ୟ ବର୍ଗରେ ଲିଖିତ ପୁସ୍ତକ "ଛୁଆକର ଗୀତ’ ଲୋକାର୍ପିତ ହୋଇଯାଇଛି । ସ୍ୱର୍ଗତ ପାଣିଗ୍ରାହୀ ଙ୍କ  ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳନ ଅବସରରେ ମୀନା ଟେଣ୍ଟ ହାଉସ ଠାରେ ଅନୁଷ୍ଠିତ  ପୁସ୍ତକ ଲୋକାର୍ପଣ ଓ ସ୍ମୃତି ସଭାରେ  ସ୍ରୋତସ୍ୱତୀ ପ୍ରକାଶନୀର ମୁଖ୍ୟ ସନ୍ଦୀପ କୁମାର କୁଅଁର ସଭା ପରିଚାଳନା କରିଥିଲେ । ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, କବି ମଧୁସୂଦନ ଦାଶ, କବି ସୁଶାନ୍ତ ବାଗ, ସାମ୍ବାଦିକ ବୀରେନ୍ଦ୍ର ଝାଙ୍କର, ସୁବାଷ ଚିନ୍ତନ, ସମ୍ପାଦକ ଲଷ୍ମୀ ନାରାୟଣ ପଟ୍ଟନାୟକ, କୋଶଳ ପ୍ରବାହ ସମ୍ପାଦକ ଆନନ୍ଦ ଚନ୍ଦ୍ର ସାହୁ, ପଶୁକବି ସୁଶୀଲ ମିଶ୍ର, କବି ହୃଷିକେଶ ପୁରୋହିତ, ନିହାରିକା ପାଣିଗ୍ରାହୀ, ରୁଚିମନ୍ତା  ନାଏକ, ସୁରେନ୍ଦ୍ର ଦାଶ, ପୁସ୍ତମ ଯୁଆଦି ପ୍ରମୁଖ ବିଶିଷ୍ଟ  ସାରସ୍ୱତ ସାଧକ,  ସଂସ୍କୃତି ଗବେଷକ, ସଂଗ୍ରାହକ ନିମାଇଁ ଚରଣ ପାଣିଗ୍ରାହୀଙ୍କର  ସାହିତ୍ୟର ବିଭିନ୍ନ ଦିଗ, ସଂସ୍କୃତି ଗବେଷଣା ଉପରେ ଆଲୋଚନା କରିଥିଲେ । ଲୋକାର୍ପଣ ଅବସରରେ  ସ୍ୱର୍ଗତ ନିମାଇଁଚରଣଙ୍କ ଧର୍ମପନôୀ ସୁଲକ୍ଷଣୀ ପାଣିଗ୍ରାହୀ, ଚାରି ଝିଅ  ସାଗରିକା, ନିହାରିକା, ଅନାମିକା, ସ୍ୱାଗତିକା  ମଞ୍ଚରେ ଉପସ୍ଥିତ ଥିଲେ । ସଭାକୁ ପରିଚାଳନା କରିବାରେ କହ୍ନାଇ ଚରଣ ପାଣିଗ୍ରାହୀ, ରମାଇ ଚରଣ , ଧନମତ, ପ୍ରଦୀପ, ସ୍ୱାଗତ ମିଶ୍ର, ରାମରାଜ ପଣ୍ଡା, ଅନୁପମ ମିଶ୍ର, ଆଲୋକ ଦାଶ ପ୍ରମୁଖ ସହଯୋଗ କରିଥିଲେ ।