ଯୁବ ଛାତ୍ରଛାତ୍ରୀ ସମ୍ମିଳନୀର ସମୀକ୍ଷା ବୈଠକ

ନୂଆପଡା: ଖଡ଼ିଆଳ ପାଟଣା କ୍ଷତ୍ରିୟ ସମାଜ ସଭାଗୃହ ପରିସର ମଧ୍ୟରେ କୁଳପତି ସମ୍ଭୁକିଶୋର ଦଣ୍ଡସେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ସମ୍ପାଦକ ଦିଲ୍ଲୀପ କୁମାର ନାଏକ, ସହ ସମ୍ପାଦକ ସୁନୀଲ କୁମାର ମାଝି, ଯୁଗ୍ମ ସମ୍ପାଦକ ଘୁମେଶ ଚଳାନ,ସଂଗଠକ ପରମେଶ୍ୱର ବାରିକ, ସହ ସଂଗଠକ ବିଭୂତି ଭୂଷଣ ବିଶି, ଯୁଗ୍ମ ସଂଗଠକ ଜଗଦୀଶ ବାରିକ, କୋଷାଧ୍ୟକ୍ଷ ଶ୍ରୀବସô ବାରିକ, ପରାମର୍ଶ ଦାତା ଜିତେନ୍ଦ୍ର ସିଂ ବାରିକ,ଜ୍ଞାନ ପ୍ରକାଶ ସିଂ, କେତନ ସିଂ ବାରିକ, ବିଜୟ ପ୍ରତାପ ସିଂ ମହାରଥା,ନନ୍ଦଲାଲ ବାରିକ,ଅଶ୍ୱିନୀ କୁମାର ପ୍ରଧାନୀ,ମହେଶ୍ୱର ପ୍ରସାଦ ବାରିକ,ବିଦ୍ୟାଧର ବିଶି, ଖରତ ଚନ୍ଦ୍ର ବାରିକ, ରମଣ ସିଂ ବାରିକ, ବଳଦେବ ରାଉତ,ଶୈଳେନ୍ଦ୍ର ବାରିକ, ତୁଳସାଗର ରାଉତ, ଶ୍ରୀହରି ପଣ୍ଡା,ବିଶ୍ୱମ୍ବର ପ୍ରଧାନ ପ୍ରମୁଖବମଞ୍ଚ ଆସୀନ ଥିଲେ  । ସଂଗଠକ ପରମେଶ୍ୱର ବାରିକ ଅତିଥି ମାନଙ୍କୁ ଆବାହନ କରିଥିଲେ  । ଉକ୍ତ ବୈଠକରେ ଗତ ବିଜୟ ଦଶମୀରେ ହୋଇଥିବା ଖର୍ଚ୍ଚ ଆୟ ବ୍ୟୟ ବିଷୟରେ ଆଲୋଚନା ହୋଇଥିବା ସହ ସମାଜର ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଥିଲା । ଉକ୍ତ ବୈଠକରେ ପୂର୍ବତନ ମୁଖ୍ୟ ସମ୍ପାଦକ ଦ୍ୱୟ ସୁଶୀଳ କୁମାର ଚଳାନ ଓ ବୃନ୍ଦାବନ ବାରିକ, ବରିଷ୍ଠ କର୍ମକର୍ତ୍ତା ନନ୍ଦ କିଶୋର ପ୍ରଧାନୀ,ନ୍ୟାୟ ବିଚାର କମିଟିର ସମ୍ପାଦକ ତଥା ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ବିଭୁଦତ୍ତ ଚଳାନ, ଚକାଡୋଳା କମିଟିର ସଭାପତି ଡ. ସୁଶାନ୍ତ କୁମାର ବିଶି, ରତନ ସିଂ ବାରିକ, ଗିରିଧାରୀ ବାରିକ, ଚୈତନ୍ୟ କୁମାର ଦଣ୍ଡସେନା, ତାରାଜନ ଦଣ୍ଡସେନା ସମେତ ୩୦ ଗୋଟି ଅଞ୍ଚଳରୁ ସଭାପତି, ମୁଖ୍ୟ ସମ୍ପାଦକ, ଦୁଇ ଜଣ କେନ୍ଦ୍ର ସଦସ୍ୟ ସମେତ ୭ ଜଣ ମନୋନୀତ କେନ୍ଦ୍ର ସଦସ୍ୟ ଉପସ୍ଥିତ ଥିଲେ  । ସହ ସଂଗଠକ ବିଭୁତି ଭୂଷଣ ବିଶି ଧନ୍ୟବାଦ ଅର୍ପଣ କରିଥିଲେ  । ସୂଚନା ଥାଉକି ଉକ୍ତ ବୈଠକକୁ ଚଳାନପଡା ଅଞ୍ଚଳ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ବେଳେ କାର୍ଯ୍ୟକ୍ରମକୁ ବରିଷ୍ଠ ପରାମର୍ଶ ଦାତା କେତନ ସିଂ ବାରିକ ଆୟୋଜନ କରିଥିଲେ  ।