କୁଟୁମଡୋଳା ଏକାଦଶ ଚାମ୍ପିଅନ୍

 ବଲାଙ୍ଗୀର:  ମାଧିଆପାଲି ପଞ୍ଚାୟତର ବୀରମୁଣ୍ଡାଠାରେ ରବିଚନ୍ଦନ ସ୍ମୃତି କମିଟି ପକ୍ଷରୁ ରବିଚନ୍ଦନ ମେମୋରିଆଲ କ୍ରିକେଟ ପ୍ରତିଯୋଗିତା ଉଦ୍ୟାପିତ ହୋଇଯାଇଛି । ୫ ଦିନ ବ୍ୟାପୀ ଚାଲିଥିବା ଏହି ପ୍ରତିଯୋଗିତାରେ ଏହି ଅଞ୍ଚଳର ୧୬ ଗୋଟି ଦଳ ଭାଗ ନେଇଥିଲେ । ଆଜି ଅନୁଷ୍ଠିତ ହୋଇଥିବା ଫାଇନାଲ ଖେଳ କୁଟୁମଡୋଳା ଓ ଖୁଣ୍ଟପାଲି ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ସଂଘର୍ଷପୂର୍ଣ୍ଣ ଫାଇନାଲ ଖେଳରେ କୁଟୁମଡୋଳା ଏକାଦଶ ଖୁଣ୍ଟପାଲି ଏକାଦଶ ଠାରୁ ୫ ୱିକେଟରେ ବିଜୟୀ ହୋଇ ଚାମ୍ପିଅନ ହୋଇଛି । ଉଦ୍ୟାପନୀ ଉତ୍ସବରେ ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ଯୋଗ ଦେଇ ଚାମ୍ପିଅନ ଦଳକୁ ନଗଦ ରାଶି ୧୪ହଜାର ସହ ଟ୍ରଫି ପ୍ରଦାନ କରିଥିଲେ । ରନର୍ସ ଦଳକୁ ୧୦ହଜାର ଟଙ୍କା ନଗଦ ରାଶି ପୁରସ୍କୃତ କରାଯାଇଥିଲା । ଫାଇନାଲ ଖେଳରେ ମ୍ୟାନ୍ ଅଫ୍ ଦି ମ୍ୟାଚ ବୁଲୁ ବାରିକକୁ ପୁରସ୍କୃତ କରାଯାଇଥିଲା । ଏହି ଟୁର୍ଣ୍ଣାମେଣ୍ଟକୁ ବୀରମୁଣ୍ଡା ଅଞ୍ଚଳର ରୋଶନ ପ୍ରଧାନ, ମନୁ ନାଗ, ଶିଶୁପାଲ ସୁନା, ଋଷି ମହାନନ୍ଦ, ଟୁନା ନାଗ, ରଶ୍ମି ରଞ୍ଜନ ସାଗର ପରିଚାଳନା କରିଥିବାବେଳେ ଗୋ÷÷ନ୍ତିଆ ତ୍ରିନାଥ ରାଉତ ଓ ଅନ୍ୟାନ୍ୟ ଲୋକେ ଉପିର ପ୍ରାଙ୍ଗଣରେ ଏକ ବର୍ଣ୍ଣାଢ଼୍ୟ ସମାରୋହ ମଧ୍ୟରେ ଅନୁଷ୍ଠିତ ଏହି ମହୋତ୍ସବରେ ମୁଖ୍ୟଅତିଥି ଭାବେ ବଳାଙ୍ଗୀ ମହୋତ୍ସବର ସମ୍ପାଦକ ଶରତ ଚନ୍ଦ୍ର ନାୟକ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଅନୁଷ୍ଠାନର ସ୍ଥାୟୀ ସଭାପତି ପ୍ରଧାନଶିକ୍ଷକ ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଦୀପକ କୁମାର ନାୟକ ସମ୍ମାନିତ ବକ୍ତା ଭାବେ ଯୋଗ ଦେଇ ଅନୁଷ୍ଠାନର ଉତ୍ତରୋତ୍ତର ଉନ୍ନତି କାମନା କରିବା ସହିତ କଳାର ବିକାଶ ପାଇଁ ଆଞ୍ଚଳିକସ୍ତରରେ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ଦୁଇ ଦିନିଆ ଏହି କାର୍ଯ୍ୟକ୍ରମରେ ଆଞ୍ଚଳିକ ସ୍ତରରେ ଶିକ୍ଷାଲାଭ କରୁଥିବା କୁନି କୁନି କଳାକାରମାନେ ନିଳ ନିଜର କଳାକୃତି ମାଧ୍ୟମରେ ନାଚ, ଗୀତ, ସଙ୍ଗୀତ ପରିବେଷଣ କରିଥିଲେ । ଯୋଗ୍ୟତା ଅନୁଯାୟୀ କୃତୀ କଳାକାରମାନଙ୍କୁ ନିଜର ପାରଦର୍ଶିତା ଅନୁଯାଇ ଅନୁଷ୍ଠାନ ତରଫରୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଉଦ୍ୟାପନୀ ସନ୍ଧ୍ୟାରେ ଭଦ୍ରକରୁ ଆସିଥିବା କଳାକାର ମାନଙ୍କ ଦ୍ୱାରା ମୋଗଲ ତାମସା, ଜଗତସିଂହପୁରରୁ ଆସିଥିବା କଳାକାର ମାନଙ୍କ ଦ୍ୱାରା ଘୋଡା ନାଚ ଏବଂ ବିନୋରୀ ୱେଲଫେୟାର ଅର୍ଗାନାଇଜେସନ ର କଳାକାର ମାନଙ୍କ ଦ୍ୱାରା ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯାଇଥିଲା । ଏକଡେମୀର ସମ୍ପାଦକ ରାଜେନ୍ଦ୍ର କୁମାର ବିନ୍ଧାଣୀ, ସତ୍ତ୍ୱାଧିକାରୀ ଡମ୍ବରୁଧର ବିନ୍ଧାଣୀ ଏବଂ ସହଯୋଗୀ ଭାବେ ଜୀତେନ୍ଦ୍ର କୁମାର ବିନ୍ଧାଣୀ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।  ସମ୍ପାଦକ ରାଜେନ୍ଦ୍ର ବିନ୍ଧାଣୀ ଧନ୍ୟବାଦ ଅର୍ପଣ କରିବା ସହିତ ଆଗାମୀ ଦିନରେ ସମସ୍ତଙ୍କର ସହଯୋଗ ପାଇଁ ଆଶୀର୍ବାଦ ଭିକ୍ଷା କରିଥିଲେ ।