ପୋଡ଼ିଗଲା ଟ୍ରାନ୍ସର୍ଫମର
ନୂଆପଡା : ନୂଆପଡା ଜିଲ୍ଲା ବୋଡ଼େନ ବ୍ଲକ ଅନ୍ତର୍ଗତ ଖଇରା ଗ୍ରାମର ପଦମପୁରରେ ପ୍ରାୟ କୋଡିଏ ପରିବାର ବସବାସ କରନ୍ତି । ହେଲେ ଆଜକୁ ଦଶ ଦିନହେବ ବିଜୁଳି ରହୁନାହିଁ । ତିନିଦିନ ତଳେ ଟାଟାପାୱାର ଖଡ଼ିଆଳରୁ ମେକାନିକମାନେ ଆସି କାମଚଳା କାମ କରି ରାତିରେ ଚାଲିଯାଇଥିଲେ । ହେଲେ ସକାଳେ ଆଉ ବିଦୁ୍ୟତ୍ ଆସିଲା ନାହିଁ । ଏବଂ ଗ୍ରାମବାସୀ ଆଜକୁ ଦଶ ଦିନ ହେବ ଅନ୍ଧାରରେ ରହୁଥିବା ଅଭିଯୋଗ ହୋଇଛି । ତେଣୁ ପଡାର ଚନ୍ଦ୍ରମଣୀ ଦଣ୍ଡସେନା, ସନ୍ତୋଷ ଦଣ୍ଡସେନା, ରାଜ କୁମାର ଯାନୀ, ଲକ୍ସମନ ଦଳ, ଲଳିତ ଅଦା, ନିରଞ୍ଜନ ଦଳ ପ୍ରମୁଖ କ୍ଷୋଭ ପ୍ରକାଶ କରି ଏକ ଟ୍ରାନ୍ସଫର୍ମର ଶୀଘ୍ର ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି ।