ପୂର୍ବ ଶତ୍ରୁତାକୁ କେନ୍ଦ୍ର ବସ୍‌ ଭିତରେ ଯାତ୍ରୀଙ୍କୁ ଆକ୍ରମଣ

ପୂର୍ବ ଶତ୍ରୁତାକୁ କେନ୍ଦ୍ର ବସ୍‌ ଭିତରେ ଯାତ୍ରୀଙ୍କୁ ଆକ୍ରମଣ

ପୁରୀ: ଲକ୍ଷ୍ମୀ ବସ୍‌ରେ ପଶି ଯାତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ ।ସୂଚନାମୁତାବକ, କଣାସ ବ୍ଲକ ଗଡିଶାଗୋଦା ଥାନା ଅନ୍ତର୍ଗତ କୋଟକକଣା ଛକରେ ଦେଇ ଯାଉଥିବା ଲକ୍ଷ୍ମୀ ବସ୍‌ରେ ପଶି ଅଭିଯୁକ୍ତ ତପନ ଭୋଇ ଯାତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ କରିଛି । ଯାହାଫଳରେ ୪ ଜଣ ଯାତ୍ରୀ ଆହତ ହୋଇଥିବାବେଳେ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଚିକିତ୍ସା ପାଇଁ ସେମାନଙ୍କୁ କଣାସ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଉତ୍ୟକ୍ତ ଲୋକଙ୍କ ମାଡରେ ସେ ଆହତ ହୋଇଛନ୍ତି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏଭଳି ଅଘଟଣ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ତପନ ବିରୁଦ୍ଧରେ ପୁଲିସ ହତ୍ୟା ଉଦ୍ୟମ ମାମଲା ରୁଜୁ କରିଛି ତପନଠାରୁ ପୁଲିସ ଗୋଟିଏ କଟୁରୀ ଓ ଠେଙ୍ଗା ଜବତ କରିଛି । ଵସଟି କୋଟକଣା ଛକ ଦେଇ ଜଗନ୍ନାଥ ସଡ଼କ ଅଭିମୁଖେ ଯିବାବେଳେ ତପନ କଟୁରୀ ଓ ଠେଙ୍ଗା ଧରି ବସ ଭିତରେ ପଶିଥିଲା। ବସରେ ବସିଥିବା ୪ ଜଣ ବ୍ୟକ୍ତିଙ୍କୁ ସେ ଆକ୍ରମଣ କରିଥିଲା। ଅନ୍ୟ କିଛି ଯାତ୍ରୀ ଏହାର ପ୍ରତିବାଦ କରିବାରୁ ତପନ ସେମାନଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।