ହଟିଲା କଟକରୁ କର୍ଫ୍ୟୁ କଟକଣା

ହଟିଲା କଟକରୁ  କର୍ଫ୍ୟୁ କଟକଣା

କଟକ: ସ୍ଥିତି ସୁଧୁରିବା କାରଣରୁ କଟକ ସହରରେ ଲାଗିଥିବା କର୍ଫ୍ୟୁ କଟକଣା ବର୍ତ୍ତମାନ ସମୟରେ ହଟାଯାଇଛି । କର୍ଫ୍ୟୁ କଟକଣା ପ୍ରତ୍ୟାହାର ନେଇ ପୁଲିସ୍ କମିଶନର ସୂଚନା ଦେଇଛନ୍ତି । ପୁଲିସ୍ କମିଶନର ଏସ୍‌ ଦେବଦତ୍ତ ସିଂ କହିଛନ୍ତି ପରିସ୍ଥିତି ଉପରେ ନଜର ରଖାଯାଇଛି। ସମ୍ବେଦନଶୀଳ ସ୍ଥାନ ମାନଙ୍କରେ ପୁଲିସ୍‌ ମୁତୟନ ହୋଇଛନ୍ତି । କର୍ଫ୍ୟୁ ସମୟରେ କୌଣସି ବିଶୃଙ୍ଖଳା ଘଟିନି। ପରିସ୍ଥିତି ଦେଖି ଇଣ୍ଟରନେଟ୍ ସେବା ଯୋଗାଇ ଦିଆଯିବ। ଏହି କଟକଣା ରବିବାର ରାତିରୁ ଲାଗୁ ହୋଇଥିବା ବେଳେ ଆଜି ସକାଳ ୧୦ଟା ପର୍ଯ୍ୟନ୍ତ ରହିଥିଲା ।

ଦରଘାବଜାର ସମେତ ୧୩ଟି ଥାନା ଅଞ୍ଚଳରେ ଲାଗିଥିଲା କର୍ଫ୍ୟୁ । କର୍ଫ୍ୟୁ ହଟିବା ପରେ ସହରରେ ଜୀବନଯାତ୍ରା ସ୍ୱାଭାବିକ ହୋଇଛି । ସିସିଟିଭି ଓ ଗଣମାଧ୍ୟମରେ ପ୍ରକାଶିତ ତଥା ପ୍ରସାରିତ ଭିଡ଼ିଓ ଫୁଟେଜ ଆଧାରରେ ୩ଟି ମାମଲା ରୁଜୁ କରାଯାଇ ୮ଜଣଙ୍କୁ ଗିରଫ କରାଯାଇଛି ।