ପୃଥକ ଦୁର୍ଘଟଣା ୧୦ ତୀର୍ଥଯାତ୍ରୀ ମୃତ
ପାଟନା/ଗାନ୍ଧିନଗର: ପୃଥକ ସଡ଼କ ଦୁର୍ଘଟଣା ଘଟି ଆଜି ଦୁଇ ରାଜ୍ୟରେ ୧୦ ତୀର୍ଥଯାତ୍ରୀଙ୍କ ମୃତୁ୍ୟ ହୋଇଛି । ଏହାସହ ୩୫ରୁ ଊଦ୍ଧ୍ୱର୍ ଯାତ୍ରୀ ଆହତ ହୋଇଛନ୍ତି । ଗୁଜରାଟର ଡାଙ୍ଗ ଜିଲ୍ଲାରେ ୪୮ ତୀର୍ଥଯାତ୍ରୀ ବହନ କରିଥିବା ଏକ ବସ୍ ରାସ୍ତାକଡ଼ ଘାଇକୁ ଖସିପଡ଼ିବାରୁ ଏଥିରେ ୫ଜଣଙ୍କ ମୃତୁ୍ୟ ହୋଇଥିବା ବେଳେ କୁମ୍ଭମେଳାରୁ ନେପାଳ ଅଭିମୁଖେ ଯାଉଥିବା ଏକ କାର୍ ବିହାରର ମୁଜାଫର୍ ଜିଲ୍ଲାରେ ଦୁର୍ଘଟଣା ଘଟି ଏଥିରେ ଅନ୍ୟ ୫ ତୀର୍ଥ ଯାତ୍ରୀଙ୍କ ମୃତୁ୍ୟ ହୋଇଛି ।
ମହାରାଷ୍ଟ୍ରର ନାସିକ୍ରୁ ୪୮ ତୀର୍ଥଯାତ୍ରୀଙ୍କୁ ନେଇ ଏକ ବସ୍ ଗୁଜରାଟର ବିଭିନ୍ନ ତୀର୍ଥସ୍ଥଳ ପରିଦର୍ଶନରେ ବାହାରିଥିଲା । ଆଜି ଭୋର୍ ୪.୧୫ରେ ଡାଙ୍ଗ ଜିଲ୍ଲାର ସପୁତରା ହିଲ୍ ଷ୍ଟେସନ୍ ନିକଟରେ ଗାଡ଼ିଚାଳକ ବସ୍ ଉପରୁ ନିୟନ୍ତ୍ରଣ ହରାଇବାରୁ ବସ୍ଟି ୩୫ଫୁଟ ଘାଇକୁ ଖସି ପଡ଼ିଥିଲା । ଫଳରେ ଘଟଣାସ୍ଥଳରେ ୫ଜଣଙ୍କ ମୃତୁ୍ୟ ହୋଇଥିବା ବେଳେ ୩୫ରୁ ଊଦ୍ଧ୍ୱର୍ ତୀର୍ଥଯାତ୍ରୀ ଆହତ ହୋଇ ନିକଟସ୍ଥ ମେଡିକାଲ୍ରେ ଭର୍ତ୍ତି ହୋଇଛନ୍ତି ।
ସେହିପରି ନେପାଳର ଜନକପୁରରୁ ୯ଜଣ ଯାତ୍ରୀ ଏକ ଏସ୍ୟୁଭି କାର୍ ଯୋଗେ ପ୍ରୟାଗରାଜରେ ଚାଲିଥିବା କୁମ୍ଭମେଳାରେ ବୁଡ଼ ପକାଇ ଫେରୁଥିଲେ । ସେମାନେ ବିହାର ଦେଇ ନେପାଳ ଯାଉଥିବା ବେଳେ ମୁଜାଫର ଜିଲ୍ଲାର ଜାତୀୟ ରାଜପଥରେ ଏକ ବାଇକ୍କୁ ବଞ୍ଚାଇବାକୁ ଯାଇ କାର୍ଟି ରାସ୍ତାକଡ଼ ଡିଭାଇଡର୍ରେ ପିଟି ହୋଇଥିଲା । ଦୁର୍ଘଟଣା ଏତେ ପ୍ରଖର ଥିଲା ଯେ, ଗାଡ଼ିଟି ଡିଭାଇଡର୍ରେ ପିଟି ହୋଇ ପ୍ରାୟ ୫ଥର ପଲଟିଥିଲା ବୋଲି ପ୍ରତ୍ୟେକ୍ଷଦର୍ଶୀ କହିଛନ୍ତି । ଘଟଣାସ୍ଥଳରେ ୫ଜଣଙ୍କ ମୃତୁ୍ୟ ହୋଇଥିବା ବେଳେ ଅନ୍ୟ ୪ଜଣ ଗୁରୁତର ହୋଇଛନ୍ତି । ସ୍ଥାନୀୟ ପୁଲିସ୍ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚô ତଦନ୍ତ ଜାରି ରଖିଛି ।