ମଣ୍ଡପରେ ପୂଜାପାଇଲେ ରାଧାକୃଷ୍ଣ

 ବନ୍ତ : ଦୋଳପୂର୍ଣ୍ଣିମା ଓ ହୋଲି ପାଇଁ ଗଣିଜାଙ୍ଗ, ଛୟାଳସିଂ ,ରାମପୁର, ରାମକୃଷ୍ଣପୁର, ଓଡଙ୍ଗ ସମେତ ବନ୍ତ ଆଦି୨୫ଟି ପଞ୍ଚାୟତରେ ଧୁମ୍ ଧମ୍ରେ ପାଳିତ ହୋଇଯାଇଛି । ସେହିପରି ରାମକୃଷ୍ଣପୁର ପଞ୍ଚାୟତ ଗୋପାଳ ସାହିରେ ଦୋଳପୂର୍ଣ୍ଣିମା ଅନୁଷ୍ଠିତ ହୋଇଯାଇଛି । ନିକଟସ୍ଥ କପାଳୀ ନଦୀରୁ କଳସ ଶୁଭାଯାତ୍ରାରେ ପୂଜାମଣ୍ଡପକୁ ଅଣାଯାଇଥିଲା । ପୂଜକ ଧରଣୀ ପଣ୍ଡା ପୂଜା କାର୍ଯ୍ୟ ତୁଲାଇଥିଲେ । କାର୍ଯ୍ୟକ୍ରମ ପରିଚାଳନରେ ଗୋପାଳ ସାହିର ଗ୍ରାମବାସୀ ସହଯୋଗ କରିଥିଲେ । ସେହି ପରିଗଣିଜାଙ୍ଗ ହାସିନପୁର ପଣ୍ଡା ସାହିରେ ଦୋଳମେଳଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ ସ୍ଥାନରୁ ଆସିଥିବା ସୁସଜିତ ବିମାନ ସହିତ ପ୍ରକମ୍ପିତ ହେଉଥିଲା ।