ପ୍ରାନ୍ତ ଯୁବା ଆୟାମ୍ ଟୋଲି ଗଠିତ
ଜୟପୁର : ବନବାସୀ କଲ୍ୟାଣ ଆଶ୍ରମର ଜୟପୁର ସ୍ଥିତ ବିଭାଗ କାର୍ଯ୍ୟାଳୟ ଠାରେ ଓଡିଶାର ବିଭିନ୍ନ ସ୍ଥାନର ଶିକ୍ଷାବିତ୍ମାନଙ୍କୁ ନେଇ ପ୍ରାନ୍ତ ଯୁବା ଆୟାମ୍ ଟୋଲି ଗଠନ ହୋଇଛି । ସଂଗଠନର ପ୍ରାନ୍ତ ଯୁବ ଆୟାମ୍ ସଂଯୋଜକ ରତିକାନ୍ତ ସାହୁଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଗଠିତ ପ୍ରାନ୍ତ ଟୋଲିରେ ଲକ୍ଷ୍ମୀକାନ୍ତ ମିଶ୍ର ସହପ୍ରାନ୍ତ ସଂଯୋଜକ, ବାଳକୃଷ୍ଣ ପଣ୍ଡା ସମ୍ପାଦକ, ଦାମ ତୀର୍କୀ ଯୁଗ୍ମ ସଂପାଦକ, ସନ୍ତୋଷିନୀ ମୁଣ୍ଡା ସମ୍ପାଦିକା, ମାନସୀ ଆଚାର୍ଯ୍ୟ ଯୁଗ୍ମ ସମ୍ପାଦିକାଙ୍କ ବ୍ୟତୀତ ଏଗାର ଜଣ ସଦସ୍ୟ ସାମିଲ ଅଛନ୍ତି ।