ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦ୍ୟାପିତ : ଖୁଣ୍ଟା ଜୁନିୟର ଏଫ୍ସି ଚାମ୍ପିଅନ୍
ନୀଳଗିରି: ତେଲିପାଳ ସ୍ଥିତ ଜିଆଲ୍ ଜୁୱାନ ସ୍ପୋଟିଂ କ୍ଲବ ଆନୁକୁଲ୍ୟରେ ଦୁଇଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍ୟାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ଆଠଗୋଟି ଫୁଟବଲ ଟିମ୍ ଅଂଶଗ୍ରହଣ କରିଥିଲେ । ଉଦ୍ୟାପନୀ ଉତ୍ସବରେ ନୀଳଗିରି ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିକ୍ରମକେଶରୀ ପରିଡା ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ତାଙ୍କୁ ଆଦିବାସୀ ବାଦ୍ୟ ଓ ନୃତ୍ୟର ତାଳେ ତାଳେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ପରେ ମୁଖ୍ୟଅତିଥି ଶ୍ରୀଯୁକ୍ତ ପରିଡା ଏବଂ ସ୍ଥାନୀୟ ଯୁବନେତା ତଥା ସମାଜସେବୀ ଉପେନ୍ଦ୍ର ଦାସ ଫାଇନାଲ ମ୍ୟାଚ ଖେଳୁଥିବା ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟାର ଜୁନିୟର ଏଫ୍ସି ଏବଂ ନୀଳଗିରି ସାତରାଣ୍ଡ ବୀରବାଗନ୍ ଏଫ୍ସି ଦଳର ଖେଳାଳୀମାନଙ୍କ ସହିତ କରମର୍ଦ୍ଧନ ପୂର୍ବକ ଚୁଡାନ୍ତ ମ୍ୟାଚର ଶୁଭାରମ୍ଭ କରିଥିଲେ । ଅନ୍ତିମ ମ୍ୟାଚ୍ ଆକର୍ଷଣୀୟ ହୋଇଥିବା ବେଳେ ଶେଷରେ ଜୁନିୟର ଏଫ୍ସି ବି.କେ ଖୁଣ୍ଟାଦଳ ୧- ୦ଗୋଲରେ ବୀରବାଗାନ ସାତରାଣ୍ଡ ଦଳକୁ ପରାସ୍ତ କରି ଚମ୍ପିୟାନ ହୋଇଥିଲା । ଯୁବସ୍ୱଚ୍ଛୋସେବୀମାନଙ୍କୁ ନେଇ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟକୁ ସୂର୍ଯ୍ୟାନନ୍ଦ ମାଝୀ, ବିଜୟ ମାଝୀ, ଯୁବରାଜ ମାଝୀ ରେଫାରି ଭାବେ ଖେଳ ପରିଚାଳନାରେ ସହଯୋଗ କରିଥିବାବେଳେ କ୍ଲବ ସଭାପତି ଚନ୍ଦନ ମାଝୀ, ଉପସଭାପତି ସନ୍ତୋଷ ହେମ୍ବ୍ରମ, ସମ୍ପାଦକ ଭାଗବତ ମାଝୀ, ସହ ସମ୍ପାଦକ ଲକ୍ଷ୍ମଣ ମାଝୀ, ସଦସ୍ୟ ଦଶରଥ ମାଝୀ, ପର ମାଝୀ, ବାଦଲ, ବସନ୍ତ ମାଝୀ, ଶ୍ରୀଧର ମାଝୀ, ଜୁଲୁ ସ, ଝାଲୁ ମାଝୀ ପ୍ରମୁଖ ସହଯୋଗ କରିଥିଲେ ।