କ୍ୟାରିୟର କାଉନ୍ସିଲ କାର୍ଯ୍ୟକ୍ରମ

 ଆସିକା:  ନିମିନା ବୃନ୍ଦାବନ ଚନ୍ଦ୍ର କଲେଜ କେନ୍ଦୁପଦରରେ ଛାତ୍ରଛାତ୍ରୀଙ୍କ କ୍ୟାରିଅର କାଉନସିଲ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଅନୁଷ୍ଠାନ ଅଧ୍ୟକ୍ଷ ହରି ଶଙ୍କର ପାଣ୍ଡେଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ବା ବୃତ୍ତିଗତ ଜୀବନର ମହତ୍ୱ ଓ ନିଷ୍ପତ୍ତି ସମ୍ପର୍କରେ ସବିଶେଷ ଧାରଣା ପ୍ରଦାନ କରିବାକୁ ଭୁବନେଶ୍ୱର ସ୍ଥିତ ଏକ୍ସନ୍ଲାଣ୍ଟ ଆଇଏଏସ ଏକାଡେମୀର ସଂସ୍ଥାପକ ଅଜୟ ସିଂହ, ସଂଯୋଜିକା ଅନିଶା ପାଣିଗ୍ରାହୀ ଓ ଲୋକ ସେବାର ପ୍ରସିଦ୍ଧ ପ୍ରଶିକ୍ଷକ ସିଦ୍ଧାର୍ଥ ମିତ୍ତଲ ଉପସ୍ଥିତ ଥିଲେ । ଅନୁଷ୍ଠାନର କେରିଅର କାଉନ୍ସିଲିଂ ସେଲର ଭାରପ୍ରାପ୍ତ ଅଧିକାରୀ ଉପେନ୍ଦ୍ର ମାଝି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । କଲେଜର ଶୈକ୍ଷିକ ଅଧିକାରୀ ଡ. କୁନା ସୁନା ଧନ୍ୟବାଦ ଅର୍ପଣ କରିଥିଲେ । ଉଭୟ +୨ ଓ +୩ ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକା ସହଯୋଗ କରିଥିଲେ ।