ଉକ୍ରଳ କଳାକାର ଏକାଡେମୀ ପକ୍ଷରୁ ସହାୟତା

 ଭଣ୍ଡାରିପୋଖରୀ : ଭଣ୍ଡାରିପୋଖରୀ ବ୍ଲକର ମାଳଦା ପଞ୍ଚାୟତ ଚତୁର୍ଭୁଜପୁର ଗ୍ରାମର ଝରଣା ସେଠୀ ଓ ପ୍ରମିଳା ସେଠୀ ଦୁଇ ଯାଆ ଉଭୟ ପକ୍ଷାଘାତ ଓ ହୃଦୟରୋଗରେ ପୀଡ଼ିତ । ଉକ୍ରଳ କଳାକାର ଏକାଡେମୀ ଭୁବନେଶ୍ୱର ପକ୍ଷରୁ ଚତୁର୍ଭୁଜପୁର ସ୍ଥିତ ତାଙ୍କ ବାସଭବନରେ ପହଞ୍ଚô ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ରାଜ୍ୟ ଉକôଳ କଳାକାର ଏକାଡେମୀ ର ଅଧ୍ୟକ୍ଷ ତଥା ଗୋବିନ୍ଦ ସ୍ମୃତି ଟ୍ରଷ୍ଟ ର ପ୍ରତିଷ୍ଠାତା,ଶିକ୍ଷାବିତ, ସମାଜସେବୀ ଶଶଧର ପଣ୍ଡା, ପ୍ରତିଷ୍ଠାତା ତଥା ସମ୍ପାଦକ କୈଳାସ ଚନ୍ଦ୍ର ନାୟକ, କାର୍ଯ୍ୟକାରୀ ସଭାପତି ହରିହର ସ୍ୱାଇଁ, ଯାଜପୁର କଳାକାର ଏକାଡେମୀ ସଭାପତି କୈଳାସ ଚନ୍ଦ୍ର ବେହେରା ପ୍ରମୁଖ ଯୋଗ ଦେଇଥିଲେ ।