ଓଲଟିଲା ଆଇରନ ଟ୍ରକ
ଭଣ୍ଡାରିପୋଖରୀ: ଭଣ୍ଡାରିପୋଖରୀ ଥାନା ୧୬ ନମ୍ବର ଜାତୀୟ ରାଜପଥର ତହସିଲ ଛକ ନିକଟରେ ଏକ ଆଇରନ ଟ୍ରକ ଓଲଟି ପଡିଥିବା ଦେଖିବାକୁ ମିଳିଛି । ସୂଚନା ମୁତାବକ ଦିନ ପ୍ରାୟ ୧୧ଟା ସମୟରେ ଓଡି ୦୯ ୟୁ ୦୫୩୩ ଆଇରନ ବୋଝେଇ ଟ୍ରକଟି କଟକ ପଟୁ ଭଦ୍ରକ ଅଭିମୁଖେ ଆସୁଥିଲା । ରାଜପଥର ତହସିଲ ଛକ ନିକଟରେ ଏହା କୈାଣସି କାରଣ ବଶତଃ ଓଲଟି ପଡିଥିଲା । ଫଳରେ ଗାଡି ·ଳକ ଓ ଖଲାସୀ ଆହତ ହୋଇଛନ୍ତି । ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ମେଡିକାଲ ନେଇଥିବା ବେଳେ ଏନେଇ ପୁଲିସକୁ ଖବର ଦିଆଯାଇଥିଲା । ଖବର ପାଇ ଥାନା କର୍ମ·ରୀମାନେ ଘଟଣାସ୍ଥଳରେ ପହଞ୍ଚିି ସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି ।