ଫରେଷ୍ଟ ପାର୍କ ଉଦ୍ଘାଟିତ  

  ଢେଙ୍କାନାଳ :  ଢେଙ୍କାନାଳ ସହର ଉପକଣ୍ଠ ସ୍ଥାନୀୟ ମଣ୍ଟଫର୍ଟ ସ୍କୁଲ ପାର୍ଶ୍ୱସ୍ଥ ଚାରଖୋଲ ଜଙ୍ଗଲର ଫରେଷ୍ଟ ପାର୍କକୁ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାମନ୍ତ୍ରୀ  କୃଷ୍ଣ ଚନ୍ଦ୍ର ପାତ୍ର ଶୁଭ ଉଦ୍ଘାଟନ କରିଛନ୍ତି । ସହର ମଧ୍ୟରେ ପ୍ରକୃତ ଫରେଷ୍ଟ ପାର୍କ ଜଙ୍ଗଲ ଟ୍ରେଲର ଉପଭୋଗ କରି ନିଜକୁ ସୁସ୍ଥ ଓ ଶାନ୍ତ କରିବାର ସୁଯୋଗ ନେବାକୁ କହିଛନ୍ତି । ଉତ୍ସବରେ ପୌର ଅଧ୍ୟକ୍ଷା ଜୟନ୍ତୀ ପାତ୍ର ଅତିଥି ଭାବେ ଯୋଗ ଦେଇଥିଲେ । ଫରେଷ୍ଟ ପାର୍କର ବିକାଶ ପାଇଁ ପୌରପାଳିକା ପକ୍ଷରୁ ପୂର୍ଣ୍ଣ ସହଯୋଗ କରାଯିବ ବୋଲି ସେ କହିଥିଲେ । ଏହି ଜଙ୍ଗଲ ଟ୍ରେଲ ବର୍ତ୍ତମାନ ୫୦୦ ମିଟର ବ୍ୟାପିଥିବା ବେଳେ ଆଗାମୀ ଦିନରେ ଏହାର ସୀମା ୨ କି.ମି ପର୍ଯ୍ୟନ୍ତ ବୃଦ୍ଧି କରାଯିବ ବୋଲି ବନଖଣ୍ଡ ଅଧିକାରୀ  ସୁମିତ କୁମାର କର ପ୍ରକାଶ କରିଛନ୍ତି । ପାର୍କରେ ପ୍ରଜାପତି ଓ ଚଢେଇମାନଙ୍କୁ ଆକର୍ଷିତ କରିବା ପାଇଁ ବଟରଫ୍ଲାଏ ଗାର୍ଡÿନରେ ଉର୍ଦ୍ଦିଷ୍ଟ ଫୁଲ ଗଛ ଏବଂ ୯୦ରୁ ଅଧିକ ପ୍ରକାରର ଔଷଧିୟ ବୃକ୍ଷ ଲାଗିଛି ବୋଲି ଏସିଏଫ୍ ସତ୍ୟ ନାରାୟଣ ସାହୁ ସୂଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଆଇଏଫ୍ଏସ୍ (ପ୍ରୋବେସନ୍)ଉଦୟନ ସୁବୁଦ୍ଧି, ସ୍ଥାନୀୟ କାଉନ୍ସିଲର  ପ୍ରତାପ ନାୟକ, ସହରର ବୁଦ୍ଧିଜୀବୀ, ବନବିଭାଗ କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧିମାନେ ଯୋଗ ଦେଇଥିଲେ ।