ସ୍ନେହାଲଙ୍କୁ ଗ୍ଲୋବାଲ୍‌ ଚାଇଲ୍ଡ ପ୍ରୋ ଡିଗ୍ରୀ ଆୱାର୍ଡ

ସ୍ନେହାଲଙ୍କୁ ଗ୍ଲୋବାଲ୍‌ ଚାଇଲ୍ଡ ପ୍ରୋ ଡିଗ୍ରୀ ଆୱାର୍ଡ

ଅନୁଗୁଳ : ଓଡ଼ିଶାର ଅନ୍ୟତମ ପ୍ରତିଭାମୟୀ ବାଳିକା ସ୍ନେହାଲ ବରାଳ ନିକଟରେ ନିଜର ବିଚକ୍ଷଣତା ଓ ସର୍ଜନଶୀଳତା ପାଇଁ  ଗ୍ଲୋବାଲ୍‌ ଚାଇଲ୍ଡ ପ୍ରୋ ଡିଗ୍ରୀ ଆୱାର୍ଡ଼ ଲାଭ କରି ବିଶ୍ୱର ପ୍ରଥମ ଅସାଧାରଣ ଶିଶୁ ତାଲିକାରେ ଅନ୍ତର୍ଭୁକ୍ତ ହେବାର ସୌଭାଗ୍ୟ ଅର୍ଜନ କରିପାରିଛନ୍ତି । ସମ୍ପ୍ରତି ତାଳଚେର ଡିଏଭି ପବ୍ଲିକ ସ୍କୁଲରେ ସପ୍ତମ ଶ୍ରେଣୀରେ ଅଧ୍ୟୟନ କରୁଥିବା ବାର ବର୍ଷ ବୟସର ଛାତ୍ରୀ ସ୍ନେହାଲ ଇଂରାଜୀ ଭାଷାରେ ନିଜର ଦ୍ୱିତୀୟ ସ୍ୱରଚିତ ପ୍ରକାଶିତ ପୁସ୍ତକ "ଦ ଟ୍ରାଇବସ୍‌ ଆୱାର ପ୍ରାଇଡ଼’  ନିମିତ୍ତ ଏହି ସମ୍ମାନର ଅଧିକାରୀ ହେଇପାରିଛନ୍ତି । ଏହି ପୁରସ୍କାର ପ୍ରତିବର୍ଷ ପନ୍ଦର ବର୍ଷ ବୟସ ସୀମା ମଧ୍ୟରେ ବିଚକ୍ଷଣ ଶିଶୁମାନଙ୍କୁ ଦୃଷ୍ଟାନ୍ତମୂଳକ ସର୍ଜନଶୀଳତା ପ୍ରତିଭା ନିମିତ୍ତ ପ୍ରଦାନ କରାଯାଏ । ଭାରତ ସରକାର, ସିଙ୍ଗାପୁରର ରାଷ୍ଟ୍ରପତି, ଭାରତର ସବୁଜ ମାନବ ଡକ୍ଟର କେ ଅବଦୁଲ୍‌ ଘନୀ, ଓସ୍କାର ପୁରସ୍କାର ବିଜେତା ଏ ଆର ରହେମାନ, ନୋବେଲ୍‌ ପୁରସ୍କାର ବିଜେତାକୈଳାଶ ସତ୍ୟର୍ଥୀ, କିରଣ ବେଦି ଏବଂ ଭାରତର ବିଶିଷ୍ଟ ବ୍ୟକ୍ତିମାନଙ୍କ ସହଯୋଗରେ ପ୍ରଦାନ କରାଯାଉଥିବା ଏହି ପୁରସ୍କାର ଲାଭ କରି ସ୍ନେହାଲ ଓଡିଶାର ଗର୍ବ ଓ ଗୌରବକୁ ବହୁଗୁଣିତ କରିପାରିଛନ୍ତି । ପିତା ସୁଶୀଲ କୁମାର ବରାଳ ଓ ମାତା ସୌଭାଗିନୀ ଭୋଳଙ୍କ ସୁଯୋଗ୍ୟା କନ୍ୟା ଭାବେ ସ୍ନେହାଲ ପୂର୍ବରୁ ମୀରାକିଲସ ଅଫ ଜଗନ୍ନାଥ ଲେଖି ଖୁବ ଚର୍ଚ୍ଚିତ ହେବା ସହ ସର୍ବ କନିଷ୍ଠ ଲେଖକ ଭାବେ ଇଣ୍ଟେରନ୍ୟାସନାଲ ବୁକ୍‌ ଅଫ ରେକର୍ଡ୍ସରେ ସ୍ଥାନ ପାଇଛନ୍ତି । ଏଥି ସହ ଗଳ୍ପ, କବିତା, ପ୍ରବନ୍ଧ, କ୍ରୀଡ଼ା, ଚିତ୍ରାଙ୍କନ ଓ ବକ୍ତୃତାରେ ନିଜର ବିଚକ୍ଷଣତା ପ୍ରତିପାଦନ କରି ବିଦ୍ୟାଳୟ, ରାଜ୍ୟ ଓ ଜାତୀୟସ୍ତରରେ ଅନେକ ପୁରସ୍କାର ଲାଭ କରିଛନ୍ତି ।