ଗଳି କନ୍ଦିରେ ବ୍ରାଉନସୁଗାର ବେପାର

ତାଳଚେର:  ତାଳଚେର ସହରର ବିଭିନ୍ନ ଅଞ୍ଚଳ ଗୁଡ଼ିକ ଅବାଧରେ ବିକି୍ର ଚାଲିିଛି ଧଳାଜହର (ବ୍ରାଉନସୁଗାର) । ଫଳରେ ଅଞ୍ଚଳର ଅନେକ ଯୁବକ ଏହି ଧଳାଜହରରେ ନିଶାଶକ୍ତ ହେଉଥିବା ଜଣାପଡ଼ିଛି । କେତେକ ଯୁବକ ନିଶାର ମଜା ନେବାରେ ମଧ୍ୟ ଅଧିକ ଆକୃଷ୍ଟ ହେଉଛନ୍ତି । ତାଳଚେର କୋଇଲା ଖଣି ଅଞ୍ଚଳର ସାଉଥବଲଣ୍ଡା, ସେଟ୍ରାଂଲ କଲୋନୀ, ଡ଼େରା, ଦେଉଳବେଡ଼ା, ଶର୍ମାଛକ, ହାଟତୋଟା, ନବମିଶ୍ର କଲୋନୀ, ଫାଷ୍ଟଗେଟ୍, ବସଷ୍ଟାଣ୍ଡ, ରାଣୀପାର୍କ, ବାଇପାସ୍, କେନାଲ ହୁଡ଼ା, ଶନିବାର ହାଟପଡ଼ିଆ, ବାଘୁଆବୋଲ, ସୌଭାଗ୍ୟସାଗର ପୋଖରୀ ମନ୍ଦିର, ମଣ୍ଡାପାଳ ନଦୀଘାଟ, ରାଜବାଟ୍ଟୀ, ଷ୍ଟାଡ଼ିୟମ ସମ୍ମୁଖରେ, ତାଳଚେର ଷ୍ଟେସନ୍ ଅଞ୍ଚଳ ଏହି ଧଳା ଜହରର ସେବନକାରୀମାନଙ୍କର ଆଡ୍ଡାସ୍ଥଳ ପାଲଟିଛି । ଗଞ୍ଜେଇ, କୋକେନ୍, ବ୍ରାଉନସୁଗାର, ଡ଼୍ରଗସ୍, ଆଦି ନିଶାଦ୍ରବ୍ୟକୁ ସେବନ କରିବା ପାଇଁ ଅନେକ ଶିକ୍ଷିତ ଯୁବକ ବିଶେଷ ଭାବରେ ଆଗ୍ରହ ପ୍ରକାଶ କରୁଛନ୍ତି । ସନ୍ଧ୍ୟା ହୋଇଗଲେ ମାତ୍ର ଏହି ଯୁବକମାନେ ବ୍ୟସ୍ତବିବ୍ରତ ହୋଇ ସେମାନେ ବିଭିନ୍ନ ନିଶାସେବନ ଆଡ୍ଡାସ୍ଥଳକୁ ଯାଉଥିବା ଅନୁସନ୍ଧାନରୁ ଜଣାପଡ଼ିଛି । ଅର୍ଥର ଅଭାବ ହେଲେ ନିଶାଖୋର ଯୁବକମାନେ ବିଭିନ୍ନ ଅପରାଧିକ କାର୍ଯ୍ୟ କରିବା ପାଇଁ ପଛାଉ ନାହାନ୍ତି । ତାଳଚେରରେ ସୁନାମାଳି, ମୋବାଇଲ୍, ବାଇକ ଲୁଟିବା ଓ ରାସ୍ତାରେ ରାହାଜାନି କରିବା ଘଟଣାରେ ଏହ ନିଶାସକ୍ତ ଯୁବକମାନେ ରହୁଥିବା ପୋଲିସ୍ ମଧ୍ୟ ସନେ୍ଦହ ପ୍ରକଟ କରିଛି । ଅନେକ ନିଶାସକ୍ତ ଯୁବକ ନିଶା ସେବନ କରି ଦ୍ରୁତଗତିରେ ବାଇକ ଚଳାଉଥିବା ଅନେକ ସମୟରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ମୃତାହତ ହେଉଥିବାରୁ ମଧ୍ୟ ନଜିର ରହିଛି । ଅନେକ ଯୁବକଙ୍କ ଏହି ଧଳାଜହର ତଥା ନିଶା ସେବନ କରି ଅକାରଣରେ ଜୀବନ ହରାଉଥିଲା ବେଳେ ସେମାନଙ୍କ ପିତାମାତା ଦୁଃଖରେ ଭାଙ୍ଗି ପଡ଼ୁଛନ୍ତି । ଅନେକ ଯୁବକ ଏହି ନିଶାସେବନ ବଜାରଘାଟରେ ପାଗଳଙ୍କ ପରି ବୁଲିବା ମଧ୍ୟ ଦେଖିବାକୁ ମିଳିଛି । ହେଲେ କୌଣସି ପ୍ରଶାସନିକ ବିଭାଗ ଏଥିରେ ରୋକ ଲଗାଇ ପାରୁନାହିଁ । ଆଗକୁ ଏହି ନିଶାଖୋର ଯୁବକମାନଙ୍କୁ ନିଶାର କୁପ୍ର୍ରଭାବରୁ ରକ୍ଷା କରାନଗଲେ ପରିସ୍ଥିତି ଅଧିକ ଜଟିଳ ହୋଇପଡ଼ିବ ବୋଲି ଆଶଙ୍କା ପ୍ରକାଶ ପାଇଛି । ଏଠାରେ ରହୁଥିବା ବାହାର ଅଂଚଳର କିଛି ଲୋକ ଏବଂ ଅନ୍ୟ ଅଂଚଳରୁ ଆସୁଥିବା ଲୋକମାନେ ସ୍ଥାନୀୟ ଅଂଚଳର କେତେକ ଚୋରା ବ୍ୟବସାୟ ସହିତ ହାତମିଳାଇ ଏହି ଧଳାଜହର କାରବାରକୁ ଚଳାଇଥିବା ଅଭିଯୋଗ ହୋଇଛି । ପୁଲିସ୍ ଓ ଅବକାରୀ ବିଭାଗ ଏ ଦିଗରେ ଦୃଢ଼ ପଦକ୍ଷେପ ନେବାପାଇଁ ଦାବି ହେଉଛି ।