ଫୁଟ୍ବଲ୍ ଟୁର୍ଣ୍ଣାମେଣ୍ଟ ଉଦ୍ୟାପିତ : ଡମ୍ବରୁଧର ଫୁଟ୍ବଲ୍ କ୍ଲବ୍ ଚାମ୍ପିଅନ୍ 

 କାଳିଆପାଣି : ଚିଙ୍ଗୁଡ଼ିପାଳ ଗ୍ରାମ ପଞ୍ଚାୟତ ପାଟଣା ଠାରେ ମାରାଂବୁରୁ ମାର୍ଶାଲ କ୍ଲବର ଷଷ୍ଠ ବାର୍ଷିକ ଫୁଟବଲ ଟୁର୍ନାମେଣ୍ଟ ଉଦ୍ୟାପିତ ହୋଇଯାଇଛି । ଏହି ଏକ ଦିବଶୀୟ ଫୁଟବଲ ଟୁର୍ନାମେଣ୍ଟର ଫାଇନାଲ ଖେଳରେ ଚଳିତବର୍ଷ ବାବା ଡମ୍ବରୁଧର ଫୁଟ୍ବଲ୍ କ୍ଲବ୍ ଚମ୍ପିଅନ୍ ହୋଇଛି । ଆୟୋଜକ ମାରାଂବୁରୁ ମାର୍ଶାଲ କ୍ଲବ୍ ସଭାପତି ରାମକୃଷ୍ଣ ବେସ୍ରା ଓ ସମ୍ପାଦକ ଘାସିରାମ ହେମ୍ବ୍ରମ ଟୁର୍ନାମେଣ୍ଟ ଆୟୋଜନର ମୁଖ୍ୟ ଭୂମିକା ନେଇଥିଲେ । ଚମ୍ପିଅନ ଦଳକୁ ଖଣି ଅଞ୍ଚଳର ଯୁବନେତା କୁନା ମହାନ୍ତ, ଜୟଦେବ ମହାନ୍ତ, ଶରତ ମହାନ୍ତ, ଜିତୁ ମହାନ୍ତ ପ୍ରମୁଖ ଉତ୍ସାହିତ କରିବା ସହିତ ପୁରସ୍କୃତ କରିଥିଲେ ।