ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସମ୍ବର୍ଦ୍ଧନା
ଦଶରଥପୁର : ଏହି ବ୍ଲକ୍ ଅହିୟାସ ସର୍କଲର ଅବସରପ୍ରାପ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଦୀନବନ୍ଧୁପୁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଦଶରଥପୁର ବ୍ଲକ୍ର ଅବସରପ୍ରାପ୍ତ ମଣ୍ଡଳ ଶିକ୍ଷାଧିକାରୀ ଅର୍ଣ୍ଣଦା ପ୍ରସାଦ ରଣାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅତିଥିଭାବେ ବ୍ଲକ୍ ସହକାରୀ ମଣ୍ଡଳ ଶିକ୍ଷାଧିକାରିଣୀ ସାବିତ୍ରୀ ସେଠି, ପ୍ରାକ୍ତନ ବିଆରସିସି ନିରଞ୍ଜନ ନାୟକ, ଶିକ୍ଷାବିତ ଚନ୍ଦ୍ରଶେଖର ପାତ୍ର, ଗତିକୃଷ୍ଣ ମହାନ୍ତି, ପ୍ରାଥମିକ ଶିକ୍ଷକ ସଙ୍ଘ ସମ୍ପାଦକ ପ୍ରମୋଦ ପାଣିଗ୍ରାହୀ, ପ୍ରାଥମିକ ଶିକ୍ଷକ ସଂଘ ସଭାପତି ରବୀନ୍ଦ୍ର ରାୟ, ଏନ୍ପିଏସ୍ ସଂଘ ସଭାପତି ଗୌତମ ଚରଣ ବେହେରା, ଅଲ୍ ଓଷ୍ଟା ସଭାପତି ହିମାଂଶୁ ସାମଲ, ଅଲ୍ ଓଷ୍ଟା ଜିଲ୍ଲା ସମ୍ପାଦକ ମଳୟ ନାୟକ ପ୍ରମୁଖ ଯୋଗ ଦେଇଥିଲେ । ଶିକ୍ଷକ କୈଳାସ ଜେନା ସ୍ୱାଗତ ଭାଷଣ ଦେଇଥିବା ବେଳେ, ଶିକ୍ଷକ ଧର୍ମାନନ୍ଦ ମଲ୍ଲିକ ଅତିଥି ପରିଚୟ ପ୍ରଦାନ କରିଥିଲେ । ଶିକ୍ଷକ ପ୍ରଭାତ ନାୟକ ମଙ୍ଗଳାଷ୍ଟକ ପାଠ କରିଥିବା ବେଳେ, ଶିକ୍ଷକ ଗିରିଶ ଚନ୍ଦ୍ର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଅହିୟାସ ସର୍କଲରେ ଅବସର ନେଇଥିବା ମୋଟ ୬ ଜଣ ଶିକ୍ଷକ ଶିକ୍ଷୟିତ୍ରଙ୍କୁ ମାନପତ୍ର ଓ ଉପଢୌକନ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଶିକ୍ଷକ ବସନ୍ତ ମହାନ୍ତି, ବିଜୟ ଦାସ, ଅନିଲ ଜେନା, ବିଜୟ ମଲ୍ଲିକ, ଶରତ ନାଥ, ଦୈତାରୀ ବେହେରା, ସନ୍ତୋଷ ପତି, ସୁକାନ୍ତ ଦାସ, ସୁଶାନ୍ତ ରଣା, ପ୍ରସନ୍ନ ନାୟକ, ଇନ୍ଦ୍ରମଣୀ ପାଣିଗ୍ରାହୀ, ମହେଶ୍ୱର ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।