୩୦ରେ କିନ୍ନର ପାଳିବେ ଶୀତଳଷଷ୍ଠୀ

 ବ୍ୟାସନଗର : ଯାଜପୁର ଜିଲା କିନ୍ନରସଂଘ ଶାନ୍ତି ସେନା ଦ୍ୱାରା ୧୫ତମ ଶୀତଳଷଷ୍ଠି ମହୋସôବ ଆସନ୍ତା ୩୦ ତାରିଖରେ ପାଳିତ ହେବ । ୩୦ ତାରିଖ ଦିନ ଅଙ୍କୁରୋପଣ ପରେ କଳସ ଶୋଭାଯାତ୍ରା ଉମାପଦା ପୋଖରି ନିକଟରୁ ବାହାରି ସାପଗଡ଼ିଆ ପୂଜା ମଣ୍ଡପରେ ପହଁଚିବ । ଉକ୍ତ ଦିନ ବିଶ୍ୱଶାନ୍ତି ମହାଯଜ୍ଞର ଆୟୋଜନ କରାଯାଇଛି । ଶିବ/ପାର୍ବତୀ ବିବାହ ମହୋସôବରେ ଶିବଙ୍କ ପିତା ଭାବେ ଦଳା ଗ୍ରାମର ତି୍ରଲୋଚନ ସାମଲ, ମାତା ପାର୍ବତୀଙ୍କ ପିତା ଭାବେ ପୈାରାଞ୍ଚଳ ପ୍ରଦୀପ କୁମାର ପରିଡ଼ା କାର୍ଯ୍ୟ ତୁଲାଇବେ । ୧ତାରିଖ ଦିନ ଦଳଗ୍ରାମର ବରଯାତ୍ରୀ ରୋଶଣୀରେ ବାହାରି ସହର ପରିକ୍ରମା ପରେ ସାପଗଡ଼ିଆ ସ୍ଥିତ ପଦ୍ମପୁର ମଣ୍ଡପରେ ପହଁଚିବେ । ରୀତିନୀତି ଅନୁଯାୟୀ ବରଯାତ୍ରୀଙ୍କୁ ସ୍ୱାଗତ କରାଯାଇ ବିବାହ ସମ୍ପୁର୍ଣ୍ଣ କରାଯିବ । ଏଥିରେ ରାଜ୍ୟ ଏବଂ ରାଜ୍ୟ ବାହାରର ହଜାରେରୁ ଅଧିକ କିନ୍ନର ସାମିଲ ହେବେ । ପ୍ରତ୍ୟେକ ସଂନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେବା ସହ କଳାକାର ଭାବେ ବିଦୁସ୍ମିତା ଦାସ, ହରିହର ମହାପାତ୍ର, ଶିଶୁ କଳାକାଳ ଆୟେଶ ସାମଲ, ତେଜ ତନ୍ମୟ ଯୋଗଦାନ କରିବେ । କାର୍ଯ୍ୟକ୍ରମରେ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଧ, ସାମାଜିକ ଅନୁଷ୍ଠାନ କର୍ମକର୍ତାଙ୍କୁ ସାମିଲ ହେବାକୁ ନିମନ୍ତ୍ରଣ କରାଯାଇଛି ବୋଲି କିନ୍ନର ସଂଘର ସଭାପତି କାଜଲ ନାୟକ, ସଂପାଦିକା ଲଭଲି ଓ ସପନି, ବେବି, ଚିନୁ, ରୋଶନୀ, ରାଣୀ, ଡ଼ାଏନା, ରିଙ୍କି, ପିଙ୍କି, ସୋହାନୀ, ସୁମନ, ସଂନ୍ଧ୍ୟା, ଅନୁ, ସୁଇଟି, ମାନସୀ, ରଂଜିତା, ସେଫିଆ, ସ୍ନେହା, ରାଜି, ଖୁସି, ରିଆ ଓ ଶୁଭମ ପ୍ରମୂଖ ପ୍ରକାଶ କରିଛନ୍ତି ।ବାସୀ ଦାବି କରିଛନ୍ତି ।