ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା 

  ଗୋଲାମୁଣ୍ଡା  : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ କେଗାଁ ବନ ବିଭାଗ ତରଫରୁ ଉପ ବନାଞ୍ଚଳ ଅଧିକାରୀ ଗୌରଚନ୍ଦ୍ର ସାହୁଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ପାଳିିତ ହୋଇଯାଇଛି । ଉକ୍ତ ସମ୍ବର୍ଦ୍ଧନା ସଭାରେ କେଗାଁ ବନାଞ୍ଚଳ ଅଧିକାରୀ  ଚିନ୍ମୟ କୁମାର ଗର୍ତିଆ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଶ୍ରୀ ସାହୁଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦେଇଥିଲେ । ଏଥିରେ ଉପସ୍ଥିତ ଥିବା କେଗାଁ ରେଞ୍ଜ ଅଧିନସ୍ଥ ବନପାଳ ମଧୁକର ପୁଟେଲ, ପ୍ରଦୀପ କୁମାର୍ ବିଶି, ରୁଦ୍ର ପ୍ରସାଦ ଗହିର, ରମେଶ କୁମାର ପଣ୍ଡା, ରମେଶ ବାଗ, ଯଯାତୀ କେଶରୀ ବଗର୍ତ୍ତି, ବିଶ୍ୱଜିତ ଠାକୁର,, ବନରକ୍ଷୀ, ଦିନେଶ ଚନ୍ଦ୍ର ଦୋରା, ଆଦିତ୍ୟ ବାଗ, ମୃତୁ୍ୟଞ୍ଜୟ କବିର, ବିଭୁତି ବାଗ , ଶ୍ରୀମତୀ ସୁନୀତା ପୁଟେଲଙ୍କ ସହ ପିଏନଜିଓ ଦଳପତି ବିକାଶ କୁମାର ତାଣ୍ଡି,ମହେଶ୍ୱର ମିଶ୍ର, ରୋମାଞ୍ଚଳ ବାଗ, ପାରା ଷ୍ଟାଫ ତରଫରୁ ଗଜିନ୍ଦ୍ର ପଣ୍ଡା, ସଞ୍ଜିପ ପୁଟେଲ, ହରିଶ ପୁଟେଲ, ଦେବାନନ୍ଦ ଦୀପ, ସୂର୍ଯ୍ୟନାରାୟଣ ଚଣ୍ଡି, ଧର୍ମେନ୍ଦ୍ର ପୁଟେଲ ,ପ୍ରକାଶ ସାହୁ ,ଗିରିଧାରୀ ପୁଟେଲ  କୁଷ୍ଟ ଚଣ୍ଡି, ବିନୋଦ ମହାଳିକ,ସମସ୍ତ କର୍ମଚାରୀ ସହ ୱାଚର  ଉପସ୍ଥିତ ରହି ଶ୍ରୀ ସାହୁଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଉକ୍ତ ସମୟ ମଧ୍ୟରେ ବନପାଳ ଓ ବନରକ୍ଷୀଙ୍କ ମଧ୍ୟରେ ଦୀର୍ଘଦିନ ଧରି ଯେଉଁ ସମ୍ପର୍କ ଗଢି ଉଠିଥିଲା, ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଭାବ ବିହଲ ହେବା ସହ ଶୋକାକୁଳ ପରିବେଶ ଦେଖା ଦେଇଥିଲା । ସ୍ଥାନୀୟ ଅଞ୍ଚଳରେ ଖୁସିରଲହରୀ ଖେଳିଯାଇଛି ।