‘ବଂଶୀ’କୁ ଧ୍ୱଂସ କଲା ଏସ-୪୦୦
ଭୁବନେଶ୍ୱର : ଅବଦୁଲ କାଲାମ ଦ୍ୱୀପରେ ଭାରତକୁ ଏକ ବଡ଼ ସଫଳତା ମିଳିଛି । ଏସ-୪୦୦ ଇଣ୍ଟରସେପ୍ଟରର ପରୀକ୍ଷଣ ସଫଳ ହୋଇଛି । ମିଶାଇଲ୍ ବଂଶୀକୁ ଏହା ଆକାଶମାର୍ଗରେ ହିଁ ଧ୍ୱଂସ କରିଦେଇଛି । ପ୍ରଥମ ଥର ପାଇଁ ଏସ-୪୦୦ କମାଲ୍ କରି ଦେଖାଇଛି । ଯାହାକି ଏୟାରକ୍ରାଫ୍ଟ, ଡ୍ରୋନ, ବାଲିଷ୍ଟିକ ମିସାଇଲ୍ ଓ କ୍ରୁଜ୍ ମିଶାଇଲକୁ ୪୦୦ କିଲୋମିଟର ଦୂରରୁ ବି ଧ୍ୱଂସ କରିବାର କ୍ଷମତା ରଖିଛି । ଅପରେସନ ସିନ୍ଦୁର ବେଳେ ଏସ-୪୦୦ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ଏହା ଏକ ବିଶ୍ୱସ୍ତ ପ୍ରତିରକ୍ଷା ସିଲ୍ଡ ଭାବେ କାମ କରୁଛି । ଋଷିଆ ଓ ଭାରତର ଏହି ଏସ-୪୦୦ ଆଧୁନିକ ବାୟୁ ପ୍ରତିରକ୍ଷା କ୍ଷେତ୍ରରେ ଏକ ନୂଆ ମାଇଲଷ୍ଟୋନ୍ ଭାବେ ଉଭା ହୋଇଛି । ଏସ-୪୦୦ ଦ୍ୱାରା ଆକାଶମାର୍ଗରୁ ଶତ୍ରୁ ପକ୍ଷଙ୍କ ଆକ୍ରମଣର ଜୋରଦାର ପ୍ରତିହତ କରାଯାଇପାରିବ । ଜାତୀୟ ସୁରକ୍ଷା କ୍ଷେତ୍ରରେ ଏହା ପ୍ରମୁଖ ଯୋଗଦାନ ରଖିବ ବୋଲି ପ୍ରତିରକ୍ଷା ବିଶେଷଜ୍ଞମାନେ ମତପୋଷଣ କରିଛନ୍ତି ।
Samir Kumar Rout