ରାଜ୍ୟରେ ୧୦ ଡିଗ୍ରୀ ତଳେ ୬ ସହର
ଭୁବନେଶ୍ୱର : ରାଜ୍ୟ ବଢ଼ିବାରେ ଲାଗିଛି ଶୀତ । ଏମଧ୍ୟରେ ୧୦ ଡିଗ୍ରୀ ତଳେ ରହିଛି ରାଜ୍ୟ ୬ ଟି ସହରର ତାପମାତ୍ରା । ରାଜ୍ୟରେ ଜି.ଉଦୟଗିରିର ତାପମାତ୍ରା ସର୍ବନିମ୍ନ ୭.୪ ରେକର୍ଡ କରାଯାଇଛି । ସୂଚନା ଅନୁସାରେ, ଜି.ଉଦୟଗିରି ୭.୪, ରାଉରକେଲା ୭.୭, ଝାରସୁଗୁଡା ୮.୧, ସେମିଳିଗୁଡା ୮.୬, କିରେଇ ୯.୩, ଦାରିଙ୍ଗବାଡି ୯.୫ । ଅନ୍ୟପଟେ ଭୁବନେଶ୍ୱରରେ ୧୩.୫ ପାରଦ ଥିବାବେଳେ କଟକରେ ତାପମାତ୍ରା ୧୩.୪ ଡିଗ୍ରୀ ରେକର୍ଡ ହୋଇଛି ।