ପୁଅର ଗାଡ଼ି ତଳେ ଚାଲିଗଲା ବାପାର ଜୀବନ

ପୁଅର ଗାଡ଼ି ତଳେ ଚାଲିଗଲା ବାପାର ଜୀବନ

ବଲାଙ୍ଗିର : ପୁଅର ଗାଡ଼ି ତଳେ ଚାଲିଗଲା ବାପାର ଜୀବନ । ବେଲପଡ଼ା ଥାନା ମଣ୍ଡଳ ଗାଁରେ ପୁଅର ବରଯାତ୍ରୀ ଯାଉଥିବା ବେଳେ ଅଘଟଣ । ପୁଅ ବାହା କରିବାକୁ ବରଯାତ୍ରୀ ନେଇ ଆସିଥିବା ବାପାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ମୃତ ବାପା ହେଲେ ଚୈତନ୍ୟ ବାଗ । 


    ସୂଚନା ଅନୁସାରେ, ବଲାଙ୍ଗିର ଜିଲ୍ଲା ପାଟଣାଗଡରେ ଘଟିଛିଏଭଳୀ ଅଭାବନୀୟ ଘଟଣା । ଚୈତନ୍ୟ ବାଗ ତାଙ୍କ ପୁଅ ବାହାଘର ପାଇଁ ଆମପାଳି ଗାଁରୁ ବେଲପଡ ଥାନା ଅନ୍ତର୍ଗତ ମଣ୍ଡଳ ଗାଁକୁୁ ବରଯାତ୍ରୀ ନେଇ ଆସିଥିଲେ । ବାଣ ଫୁଟାଇ ବାଜା ବଜାଇ ବର ଶୋଭାଯାତ୍ରା ଆରମ୍ଭ ହୋଇଥିଲା । ବରଯାତ୍ରୀମାନେ ନାଚି ନାଚି ଯାଉଥିଲେ । ହଠାତ୍‌ ରାତି ସାଢେ ୧୧ଟାରେ ବର ବସିଥିବା ଗାଡିଟି ବରଯାତ୍ରୀଙ୍କ ଉପରକୁ ମାଡିଯାଇଥିଲା । ଗାଡି ମାଡ଼ିଯିବା ଫଳରେ ବରର ବାପା ଓ କନ୍ୟାର ଭାଇ ଗୁରୁତର ଆହତ ହୋଇଥିଲେ । ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ପାଟଣାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ଚୈତନ୍ୟଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବଲାଙ୍ଗିର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ତେବେ ଅଘଟଣ ପରେ ବି ଉଭୟ ପକ୍ଷର ସହମତିରେ ବିବାହ କାର୍ଯ୍ୟ ସଂପନ୍ନ ହୋଇଛି ।