ପାହାଳରୁ ରାଜା ଚକ୍ରର ରେଞ୍ଜ ରୋଭର୍‌ ଜବତ 

ପାହାଳରୁ ରାଜା ଚକ୍ରର ରେଞ୍ଜ ରୋଭର୍‌ ଜବତ 

ଭୁବନେଶ୍ୱର : ଆଜି ରାଜା ଚକ୍ରର ରେଞ୍ଜ ରୋଭର୍‌ ଗାଡିକୁ ଜବତ କରାଯାଇଛି । ପାହଳର ଏକ ଆପାର୍ଟମେଣ୍ଟରେ ଗାଡି ଲୁଚାଇ ରଖିଥିବା ବେଳେ ଜବତ କରିଛି କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ । ଦୀର୍ଘ ୧୦ ମାସର ତନାଘନା ପରେ ଗାଡି ଜବତ । ଏହି ଗାଡ଼ିର ଆନୁମାନିକ ମୂଲ୍ୟ ପ୍ରାୟ ୧କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ଏହା ପୂର୍ବରୁ ୫୫ ଗାଡି ଜବତ କରିବା ସହ ୩୫ ଲକ୍ଷ ଫ୍ରିଜ କରାଯାଇଛି । ରାଜା ଚକ୍ର ସମେତ ମୋଟ୍‌ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ ଇଓଡବ୍ଲ୍ୟୁ ।  


   ସୂଚନା ମୁତାବକ, ଜବତ ରେଞ୍ଜ ରୋଭର ଗାଡ଼ିର ମାଲିକାନା ମୁଖ୍ୟ ଅଭିଯୁକ୍ତ ଶଙ୍କର ମିନେରାଲ୍ସ ସଂସ୍ଥାର ମାଲିକ ସୌମ୍ୟ ଶଙ୍କର ଓରଫ୍‌ ରାଜା ଚକ୍ର ନାଁରେ ଥିବା ଜଣାପଡ଼ିଛି । ଗାଡ଼ିଟିକୁ ଗତ ୨୩ ତାରିଖରେ ପାହାଳ ଅଞ୍ଚଳର ଗୁଲମୋହର କୋର୍ଟ ଆପାର୍ଟମେଣ୍ଟ ନିକଟରୁ ଜବତ କରାଯାଇଥିଲା । ଗାଡ଼ିଟି ଗନ୍ଧମାର୍ଦ୍ଦନ ଲୋଡିଂ ଏବଂ ଟ୍ରାନ୍ସପୋର୍ଟିଂ କୋ-ଅପରେଟିଭ୍‌ ସୋସାଇଟି, ସୁଆକାଟି, କେନ୍ଦୁଝରର ବ୍ୟାପକ ଠକେଇ ଏବଂ ଅବୈଧ ଟଙ୍କାରେ କିଣାଯାଇଥିବା ଇଓଡବ୍ଲ୍ୟୁ ତଦନ୍ତରୁ ଜଣାପଡ଼ିଛି । ଏହି ମାମଲାରେ ୪୦ ରୁ ୫୦ କୋଟି ଟଙ୍କା ପର୍ଯ୍ୟନ୍ତ ଠକେଇ ହୋଇଥିବା ଅଭିଯୋଗ ହୋଇଛି । ଏ ପର୍ଯ୍ୟନ୍ତ ୩୨ କୋଟି ଟଙ୍କାରୁ ଅଧିକ ଟଙ୍କା ଦୂରୁପଯୋଗ ହୋଇଥିବା ତଦନ୍ତରୁ ଜଣାପଡ଼ିଛି ।