ବଜରଙ୍ଗୀ ସେବାସଂଘ ପକ୍ଷରୁ ଶୋଭାଯାତ୍ରା  

 ଜଟଣୀ :  ପବିତ୍ର ବିଷୁବ ସଂକ୍ରାନ୍ତି, ଓଡ଼ିଆ ନବବର୍ଷ ତଥା ମହାବୀର ହନୁମାନଙ୍କ ଜନ୍ମ ଜୟନ୍ତୀ ଅବସରରେ ବଜରଙ୍ଗୀ ସେବାସଂଘ ପକ୍ଷରୁ ଅନୁଷ୍ଠାନର ସଭାପତି ପ୍ରଶାନ୍ତ ସାହୁଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି । ଏହି ଶୋଭାଯାତ୍ରା ସ୍ଥାନୀୟ ହନୁମାନ ବାଟିକା ଠାରୁ ଆରମ୍ଭ ହୋଇ ରାଜା ବଜାର ପର୍ଯ୍ୟନ୍ତ ହୋଇଥିଲା । ଏଥିରେ ଶତାଧିକ ଯୁବକ ହାତରେ ଗୈରିକ ବର୍ଣ୍ଣର ପତାକା ଓ ମୁଣ୍ଡରେ ପଟି ବାନ୍ଧି ମୁଖ୍ୟ ରାସ୍ତାରେ ଜୟ ଶ୍ରୀରାମ, ଜୟ ବଜରଙ୍ଗବାଲି ଧ୍ୱନି ଦେଇ ସହରାଞ୍ଚଳ ପ୍ରକମ୍ପିତ କରାଇଥିଲେ ।