ଭିତ୍ତିଭୂମିରେ ଜିଲ୍ଲା ଭରପୁର: ନଥିପତ୍ର ରଖିବାକୁ ଗୋଦାମ ଅଭାବ
ଖୋର୍ଦ୍ଧା :ସରକାରୀ କଳ ମାନଙ୍କରେ ଜିଲ୍ଲାର ସାଧାରଣ ବ୍ୟକ୍ତିବିଶେଷ ମାନେ ନିଜର କାର୍ଯ୍ୟ ହାସଲ କରିବା ପାଇଁ ଆସିଥାନ୍ତି । ଏବଂ ସାଧାରଣ ଲୋକଙ୍କୁ ସେବା ଯୋଗାଇଦେବା ଓ ସରକାରଙ୍କ ମୌଳିକ ସୁବିଧାର ଫାଇଦା ପାଇବା ନିମନ୍ତେ ସରକାରୀ କାର୍ଯ୍ୟାଳୟ ମନ କହିଲା ଯାଇଛି । ଯେଉଁ ନଥିପତ୍ର ଗୁଡିକ ନାଲିକପଡା ମଧ୍ୟରେ ଗୁଡ଼ାଇ ରଖାଯାଛି ତାକୁ ଗୁରୁତ୍ୱପୂର୍ଣ ନଥିପତ୍ର ବୋଲି ସାଧାରଣରେ ଧାରା ଯାଉଛି । ଯାହାକି ଏଜି କିମ୍ବା କାଲିର କଥା ନୁଁହ ଏହିପ୍ରଥା ଇଂରେଜ ଶାସନ ସମୟରୁ ଚାଲି ଆସୁଥିବା ବୁଦ୍ଧିଜୀବୀ ପ୍ରକାଶ କରିଥାନ୍ତି । ତେବେ ଏହିପରି ଗୁରୁତ୍ୱପୁର୍ଣ୍ଣ ନଥିପତ୍ରକୁ ଖୋର୍ଦ୍ଧା ଜିଲ୍ଲାପ୍ରଶାସନର କର୍ମଚାରୀ ହୁଅନ୍ତୁ କିମ୍ବା ଅଧିକାରୀ ବେଖାତିର ଭାବରେ ବାହାରେ ଫୋପାଡି ଦେଇଥିବାକୁ ସାଧାରଣରେ ସହଜରେ ଗ୍ରହଣ କରୁନାହାନ୍ତି । ସରକାରୀ କାର୍ଯ୍ୟାଳୟରେ ଜିଲ୍ଲାର ଜନସାଧାରଣ ସହାୟତା ପାଇବା ଆଶାରେ ଆସି ସବୁ ସମୟରେ ନିରାଶ ହୋଇ ଫେରୁଥିବା ବେଳେ, ସେହି ଜନସାଧାରଣଙ୍କ ଅଭିଯୋଗକୁ ବୋଧେ ଜିଲ୍ଲାପ୍ରଶାସନ ଅନାବଶ୍ୟକ ଭାବି ଫୋପାଡି ଦେଇଛି ବୋଲି ସନେ୍ଦହ ମଧ୍ୟକୁ ଟାଣି ହୋଇଛି । ଏଠାରେ ଜନସାଧାରଣ ସରକାରୀ ମୌଳିକ ସୁବିଧାରୁ ବଂଚିତ ରହୁଥିବା ବେଳେ, ସରକାରୀ ବାବୁ ମାନେ ନିଜ ପାୱାର ଅଧିକାର ବଳରେ ଇନ୍ଦ୍ର ଚନ୍ଦ୍ର ମାନୁନଥିବା ସାଧାରଣରେ ଅଭିଯୋଗ ହେଉଛି । ସରକାରୀ ବାବୁମାନେ ନିଜର ପାୱାର ଅଧିକାର ଦେଖାଇ କାର୍ଯ୍ୟଳୟରେ ଦବଂଗିରି ଅନେକ ସମୟରେ ଦେଖାଓ ଥିବା ଅଭିଯୋଗ ହୋଇଛି ।
ଜିଲ୍ଲାରେ ସରକାରୀ କର୍ମଚାରୀଙ୍କ ଅତ୍ୟାଚାର ଦିନକୁ ଦିବା ବଢିବାରେ ଲାଗିଛି । ତେବେ ସରକାରୀ କର୍ମଚାରୀଙ୍କ ଭୁଲକୁ ସଜାଡିବା ପାଇଁ ଅନେକ ସରକାରୀ ବ୍ୟବସ୍ଥା ରହିଥିଲେ ମଧ୍ୟ ଏହାକୁ ସରକାରୀ ବାବୁ ମାନେ ଅମାନ୍ୟ କରି ନିଜ କ୍ଷମତା ବଳକୁ ଅପବ୍ୟବହାର କରୁଥିବା ଜିଲ୍ଲାରେ ଅଭିଯୋଗ ହୋଇଛି । ସାଧାରଣ ଲୋକେ ନିଜକୁ ଠିକ ସାବ୍ୟସ୍ଥା କରିବା ପାଇଁ ସୂଚନା ଆଇନର ଦ୍ୱାରସ୍ଥ ମଧ୍ୟ ହେଉଛନ୍ତି, କିନ୍ତୁ ଦୁଃଖର ବିଷୟ ସରକାରୀ ବାବୁମାନେ ସୂଚନା ଆଇନକୁ ମଧ୍ୟ ଅମାନ୍ୟ କରି ଆସୁଛନ୍ତି । ଏପରିକି ଅନେକ ସମୟରେ ତଥ୍ୟ ନଥିବା ପତ୍ର ଦ୍ୱାରା ଦର୍ଶାଇ ଫିଟି ଯିବାକୁ ପ୍ରୟାଶ ମଧ୍ୟ କରୁଛନ୍ତି । ପ୍ରକୃତରେ ତଥ୍ୟ କାର୍ଯ୍ୟାଳୟରେ ରହୁଛି ନା ଏହାକୁ ଜାଣିଶୁଣି ନଷ୍ଟ କରାଯାଉଛି ତାକୁ ନେଇ ଜନସାଧାରଣ ଚିନ୍ତାରେ ରହିଛି । ପ୍ରମାଣ ନଷ୍ଟ କରୁଥିବାର ଏକ ଜ୍ୱଳନ୍ତ ପ୍ରମାଣ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମଧ୍ୟରେ ଥିବା ଜିଲ୍ଲାପରିଷଦ କାର୍ଯ୍ୟାଳୟରେ । ସରକାରୀ ନଥିପତ୍ର ସୁରକ୍ଷିତ ଭାବରେ ରଖିବା ବଦଳରେ ବାହାରେ ଅନାବଶ୍ୟକ ଭାବରେ ଫୋପଡ଼ା ଯାଇଛି । ଏହି ନଥିପତ୍ର ସୁରକ୍ଷିତାରେ ରଖିବା ପାଇଁ ବ୍ରିଟିଶ ଅମଳରୁ ଜିଲ୍ଲାରେ ଗୋଦାମ ଗୃହ ରହିଥିବା ବେଳେ, ଜିଲ୍ଲା କାର୍ଯ୍ୟାଳୟରେ ନଥିପତ୍ରକୁ ବାହାର ସିଡିରେ ଫୋପାଡି ଦେଇ ଅଧିକାରୀ ଅଚିନ୍ତାରେ ସୋଇଛନ୍ତି । ଜିଲ୍ଲାରେ ତୁହାକୁ ତୁହା ମିଳିତ ଅଭିଯୋଗ ଶୁଣାଣି ହେଉଥିବା ବେଳେ, ଆଜିପର୍ଯ୍ୟନ୍ତ ଲୋକଙ୍କ ହଜାର ହଜାର ଅଭିଯୋଗ ନାଲିଫିତାରେ ବନ୍ଧା ହୋଇ ପଡିଥିବା ସାଧାରଣରେ ଅଭିଯୋଗ ହେଉଥିବା ବେଳେ, ଏହାର କାର୍ଯ୍ୟକରି କେବେ ହେବ କାହାକୁ ଜଣା ନାହିଁ । ଏହି ସ୍ଥିତିରେ ଜିଲ୍ଲା କାର୍ଯ୍ୟାଳୟରେ ନାଲିଫିତା ବନ୍ଧା ନଥିପତ୍ର ଏଣେତେଣେ ପଡି ରହିଥିବା ଦେଖିଲେ ସନେ୍ଦହ ଉପୁଜୁଛି ଯେ, ସାଧାରଣ ଲୋକଙ୍କ ଅଭିଯୋଗକୁ କର୍ମଚାରୀ ଲୋକଙ୍କ ଠାରୁ ସଂଗ୍ରହ କରି ଏମିତି ଫୋପଡୁନାହାନ୍ତି ତ? ଯାହାକୁ ଦେଖିଲେ ଅନୁମାନ ହେଉଛି ଯେ, ଜିଲ୍ଲାରେ କାର୍ଯ୍ୟରତ ଥିବା ଅଧିକାରୀ ମାନେ କେତେ ଦାୟିତ୍ୱବାନ୍ ତାହା ଜଣାପଡୁଛି । ଜିଲ୍ଲା ଅଧିକାରୀ ଅଭିଯୋଗ ଶୁଣାଣି କରି ଜିଲ୍ଲାରୁ ଅଭିଯୋଗପତ୍ର ଗୋଟାଇବା ନିମନ୍ତେ ଯେତିକି ତତ୍ପରତା ଦେଖାଇଥାନ୍ତି ସେହି ତୁଳନାରେ ଯଦିଓ ୫୦ପ୍ରତିଶତ ତତ୍ପରତା କାର୍ଯ୍ୟ କରିବାରେ ଦେଖାଇଥାନ୍ତେ ତେବେ ଜିଲ୍ଲା ଅଭିଯୋଗ ମୁକ୍ତ ଜିଲ୍ଲାରେ ପରିଣତ ହୋଇଥାନ୍ତା । ବାସ୍ତବିକ ଜିଲ୍ଲାପ୍ରଶାସନ ଯେଉଁ ଭଳି ଅଗ୍ରଗତିରେ ଅଭିଯୋଗ ଗୋଟାଉଛି ସେହିଭଳି ଭାବରେ ଅଭିଯୋଗ ପତ୍ରକୁ ନାଲି ଫିତାରେ ବାନ୍ଧି ଫୋପାଡିବା ପାଇଁ ମଧ୍ୟ ପଛାଉନଥିବା ପରି ମନେ ହେଉଛି ।