ଖ୍ରୀଷ୍ଟମାସ ପର୍ବ ପାଳିତ
ଜଟଣୀ: ଖ୍ରୀଷ୍ଟମାସ ପର୍ବ ପାଳନ ଅବସରରେ ଇଶ୍ୱର ଆର୍ଟ ଆଣ୍ଡ କ୍ରାଫ୍ଟ ଟ୍ରଷ୍ଟ ସୋସିଆଲ ଟ୍ରଷ୍ଟ ପକ୍ଷରୁ ବହୁ କୁନି କୁନି ପିଲାଙ୍କ ପ୍ରତିଭାକୁ ପ୍ରସ୍ଫୁଟିତ କରିବା ଉଦେ୍ଧଶ୍ୟରେ ବିଭିନ୍ନ ପ୍ରକାରର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଅଂଶଗ୍ରହଣକାରି ମାନେ ସାନ୍ତାକ୍ଲଜଙ୍କ ହାତରୁ ଉପହାର ଗ୍ରହଣ କରିଥିଲେ । ସମାଜିକ କର୍ମୀ ଶିକ୍ଷାବିତ୍ ଡ. ପ୍ରଫେସର ରାଜେନ୍ଦ୍ର ସାମନ୍ତରାୟଙ୍କ ତତ୍ତ୍ୱାବଧାନରେ ପ୍ରଣୀତ କୁମାର ପାଢ଼ୀ, ପି ଚିରୁ ଶ୍ରୀନିବାସ, ଏଲ୍ ଏରେୟା, ଏଲ୍ ରାମୁ, ଏଲ୍ ଆବଲା ନରସିଂହ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଅନୁଷ୍ଠାନ ପ୍ରତିଷ୍ଠାତା ତଥା ସୂକ୍ଷ୍ମ କଳାକାର ଏଲ ଇଶ୍ୱର ରାଓ ଧନ୍ୟବାଦ ଅର୍ପଣ କରିଥିଲେ ।