"ମହକ ଓ ଉତ୍ସାହ କାର୍ଯ୍ୟକ୍ରମ'ଉଦ୍ୟାପିତ

 ଖୋର୍ଦ୍ଧା : ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଆନୁକୂଲ୍ୟରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ମହକ ଓ ଉତ୍ସାହ ୨୦୨୫ ଉଦ୍ୟାପିତ ହୋଇଛି ।  ଏହି ମହକ -୨୦୨୫ କୁ ଡେପୁଟି କଲେକ୍ଟର ଶ୍ରିତପା ମିଶ୍ର ମୁଖ୍ୟଅତିଥି ରୂପେ ଯୋଗ ଦେଇଥିବା ବେଳେ, ଅନ୍ୟମାନଙ୍କ ମଧ୍ୟରେ ବିଜେବି ହାଇସ୍କୁଲ ପ୍ରଧାନଶିକ୍ଷକ ବିଭୁ ପ୍ରସାଦ ସେନାପତି, ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡ. ଇନ୍ଦିରା ରଥ, ଶିଶୁ କଲ୍ୟାଣ ସମିତି ସଦସ୍ୟ ସ୍ୱପ୍ନା ତ୍ରିପାଠୀ ଏବଂ ମନୀଷା ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବାଣୀଶ୍ରୀ ପଟ୍ଟନାୟକ ସ୍ୱାଗତ ଭାଷଣ ଦେବା ସହିତ ଏହି କାର୍ଯ୍ୟ କ୍ରମର ଆଭିମୁଖ୍ୟ ଉପରେ ଆଲୋଚନା କରିଥିଲେ । ଦୁଇ ଦିନ ଧରି ଏହି ଜିଲ୍ଲାସ୍ତରୀୟ ମହକ ଓ ଉତ୍ସାହ-୨୦୨୫ରେ ଫୁଟବଲ, କ୍ୟାରମ, ଚେସ୍, ୧୦୦ ମିଟର ଦୌଡ, ଉଚ୍ଚ ଡିଆଁ, ଲମ୍ବ ଡିଆଁ, ନୃତ୍ୟ, ସଙ୍ଗୀତ, ବକ୍ତୃତା, ପ୍ରଶ୍ନୋତ୍ତର ଏବଂ ଚିତ୍ରାଙ୍କନ ପ୍ରଭୃତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲାର ୧୦ଟି ଶିଶୁ ଯନô ଅନୁଷ୍ଠାନର ୨୫୦ ଜଣ ଅନ୍ତେବାସୀ ଭାଗ ନେଇଥିଲେ । ଉଦ୍ଜାପାନି ଉତ୍ସବରେ ଶିଶୁ ମଙ୍ଗଳ ସମିତି ସଭ୍ୟ ବ୍ରଜ କିଶୋର ମହାପାତ୍ର, ମନୀଷା ପଣ୍ଡା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବାଣୀଶ୍ରୀ ପଟ୍ଟନାୟକ, ଓଡ଼ିଶାର ଜଣାଶୁଣା ଚଳଚିତ୍ର ଜଗତର ସଙ୍ଗୀତଜ୍ଞ ଶୈଳେନ୍ଦ୍ର ପାତ୍ର, ଗୀତିକାର ସୂର୍ଯ୍ୟ ଶ୍ରୀକାନ୍ତ ପ୍ରମୁଖ ଯୋଗ ଦେଇ କୃତୀ ପ୍ରତିଯୋଗୀଙ୍କୁ ପ୍ରମାଣ ପତ୍ର ଓ ମେଡାଇ ଦେଇ ସମ୍ବଦ୍ଧିତ କରିଥିଲେ  । ଶଚିନ୍ଦ୍ର ନାଥ ସାହୁ, ଅଶୋକ ସେଠୀ, ସୁକାନ୍ତ ପୃଷ୍ଟି, ରଞ୍ଜନ ଗୋଛାୟତ, ରିତାଞ୍ଜାଳୀ ମହାନ୍ତି, ମାନସ୍ପିନୀ ମହାପାତ୍ର, ସତ୍ୟବ୍ରତ ସମାନ୍ତରା, ସଚିଦାନନ୍ଦ ସେଠୀ, ଶୁଭାଶିଷ ପଟ୍ଟନାୟକ, ନିରାଲି ପ୍ରଧାନ, ଅର୍ଚ୍ଚନା ରାୟ ଏବଂ ସ୍ଥାନୀୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପରିଚାଳନା କରିଥିଲେ ।