ବରଗଡ଼ ପୀଡ଼ିତାଙ୍କ ମୃତ୍ୟୁ ଘଟଣାର ବଡ଼ ଖୁଲାସା
ବରଗଡ଼: ବରଗଡ଼ ପୀଡ଼ିତାଙ୍କ ମୃତ୍ୟୁ ଘଟଣାରେ ବଡ଼ ଖୁଲାସା ହୋଇଛି। IG ହିମାଂଶୁ ଲାଲ, ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପରିବାର ଲୋକଙ୍କ ବୟାନ ରେକର୍ଡ କରାଯାଇଛି। ପାରିବାରିକ କଳହ ଘଟଣାରୁ ଏହା ଘଟିଛି ବୋଲି କହିଛନ୍ତି ହିମାଂଶୁ ଲାଲ। ପୀଡ଼ିତାଙ୍କ ମାମୁ ଝିଅ ପୋଲିସର ପଚରାଉଚରା ବେଳେ ଅସୁସ୍ଥ। ପୋଲିସର ପଚରାଉଚରା ବେଳେ ଚେତା ହରାଇଥିବା ସୂଚନା ମିଳିଛି। ବରଗଡ଼ର ଅର୍ଦ୍ଧଦଗ୍ଧ ନାବାଳିକାଙ୍କର ମୃତ୍ୟୁ ହୋଇଛି। ବରଗଡ଼ ଦାୟିତ୍ୱରେ ଥିବା ବଲାଙ୍ଗୀର ଏସ୍ପି ଅଭିଳାଷ. ଜୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ବୁର୍ଲା ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା କହିଛନ୍ତି ଭାରପ୍ରାପ୍ତ ଏସ୍ପି। ବରଗଡ଼ରୁ ସଙ୍କଟାପନ୍ନ ଅବସ୍ଥାରେ ବୁର୍ଲା ଅଣାଯାଇଥିଲା। ଫିରିଙ୍ଗିମାଳ ଗାଁରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର ହୋଇଥିଲେ।
ସୋମବାର ସକାଳେ ୧୩ ବର୍ଷୀୟା ନାବାଳିକା ଘରଠାରୁ ଅନତିଦୂରରେ ରହିଥିବା ଖେଳପଡ଼ିଆ ମଝିରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଗାଇସିଲେଟ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।