ବାଇକ ଧକ୍କାରେ ଜଣେ ମୃତ

 ପାଲଲହଡା: ପାଲଲହଡା ଅଞ୍ଚଳରେ ଥମୁନି ଦୁର୍ଘଟଣା । ୪୯ ନମ୍ବର ଜାତୀୟ ରାଜପଥ ଶିବ ମନ୍ଦିର ଛକ ନିକଟରେ ଦୁର୍ଘଟଣା ଘଟିବା ଫଳରେ ଅଜଣା ବାଇକ ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତୁ୍ୟ ହୋଇଛି । ସୂଚନା ଅନୁସାରେ ସିଗଡ଼ ପଂଚାୟତ ଅନ୍ତର୍ଗତ କୋଳିପାଳ ଗାଁର କୈଳାସ ନାଏକ (ବୟସ ୫୦) କୌଣସି କାମରେ ପାଲଲହଡା ଆସି କାମ ସାରି ନିଜ ଗାଁ କୋଳିପାଳକୁ ବାଇକରେ ଫେରୁଥିବା ବେଳେ ଶିବ ମନ୍ଦିର ଛକ ନିକଟରେ କୈଳାସଙ୍କ ସମ୍ମୁଖ ପଟୁ ଦ୍ରୁତ ଗତିରେ ଆସୁଥିବା ଏକ ଅଜଣା ବାଇକ କୈଳାସଙ୍କୁ ଧକ୍କା ଦେଇଥିଲା । ଫଳରେ କୈଳାସ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବାବେଳେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ପାଲଲହଡା ଉପଖଣ୍ଡ ଡାକ୍ତରଖନାରେ ଚିକସôା ପାଇଁ ନେଇଥିଲେ । ସେଠାରେ ଡାକ୍ତର କୈଳାସକୁ ମୃତ ଘୋଷଣା କରିଥିଲେ । ଖବର ପାଇ ପାଲଲହଡା ପୁଲିସ ଘଟଣାସ୍ଥଳରେ ପହଂଚି ମୃତ କୈଳାସଙ୍କ ବାଇକକୁ ଜବତ କରିବା ସହିତ ଘଟଣାର ତଦନ୍ତ ତଦନ୍ତ କରୁଥିବା ଜଣା ପଡିଛି । ଏଥିନେଇ କୈଳାସଙ୍କ ପରିବାର ଲୋକେ ପ୍ରଶାସନ ନିକଟରେ ଉଚିତ କ୍ଷତି ପୂରଣ ଦାବି କରିଥିବା ଜଣାପଡିଛି ।