ବରଗଡ ଧନୁଯାତ୍ରା : କୃଷ୍ଣ- ସ୍ୱପ୍ନିଲ, ବଲରାମ-ଦିବ୍ୟାଂଶୁ ଓ ରାଧା-ସାଇନା
ବରଗଡ: ବରଗଡ ଧନୁଯାତ୍ରାରେ ଚଳିତ ବର୍ଷ କୃଷ୍ଣ , ବଲରାମ ଏବଂ ରାଧା ଭୂମିକାରେ ତିନିଜଣ ନୂତନ କଳାକାର ଅଭିନୟ କରିବେ । ଗୁରୁବାର ସଂଧ୍ୟାରେ ଏ ନେଇ ଗୋପପୁର କମିଟୀ ତରଫରୁ ସୂଚନା ଦିଆଯାଇଛି । କୃଷ୍ଣ ଭୂମିକାରେ ସ୍ୱପ୍ନିଲ ମହାପାତ୍ର, ବଲରାମ ଭୂମିକାରେ ଦିବ୍ୟାଂଶୁ ବିର୍ତ୍ତିଆ ଅଭିନୟ କରିବେ । ସେହିପରି ରାଧା ଭୂମିକାରେ ସାଇନା ପ୍ରଧାନ ଅଭିନୟ କରିବେ ବୋଲି ଜଣାପଡିଛି । ଆଗାମୀ ୧୧ ତାରିଖରେ ଗୋପପୁର କମିଟୀ ତରଫରୁ ଶୁଭସ୍ତମ୍ଭ ସ୍ଥାପିତ ଏବଂ ସେହିଦିନ ନୂତନ କଳାକାରଙ୍କୁ ବରଣ କରାଯିବ ବୋଲି ସୂଚନା ଦିଆଯାଇଛି । ସୂଚନା ଯୋଗ୍ୟ ଯେ ସ୍ୱପ୍ନିଲଙ୍କ ବଡ ଭାଇ ଶ୍ରେୟାଂଶ ମହାପାତ୍ର ଏବଂ ବାପା ସରୋଜ ମହାପାତ୍ର ମଧ୍ୟ ବରଗଡ ଧନୁଯାତ୍ରାରେ କୃଷ୍ଣ ଭୂମିକାରେ ଅଭିନୟ କରିଥିଲେ ।