ବିଧାୟକଙ୍କ ଦ୍ୱାରା ଓଝାପୋଖରୀ-ସାରଡାଙ୍ଗ ରାସ୍ତାର ଶିଳାନ୍ୟାସ

 ଖଇରା: ବାଲେଶ୍ୱର ଜିଲାର ଖଇରା-ସିମୁଳିଆ ୨ବ୍ଲକକୁ ସଂଯୋଗ କରୁଥିବା ଓଝାପୋଖରୀ-ସାରଡାଙ୍ଗ ଆର୍ଡି ରାସ୍ତାର ଶିଳାନ୍ୟାସ ଉତ୍ସବ ଗୁରୁବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ବିଧାୟକ ପଦ୍ମଲୋଚନ ପଣ୍ଡା ୫କୋଟି ୧୬ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଏହି ରାସ୍ତାର ଶିଳାନ୍ୟାସ କରିଥିଲେ । ବ୍ଲକ ଅଧ୍ୟକ୍ଷା ଅଭିଲିପ୍ସା ସାହୁ,ସରପଞ୍ଚ ପ୍ରଣତିବାଳା ମାଝୀ, ସହକାରୀ ନିର୍ବାହୀ ଯନ୍ତ୍ରୀ ବୁଦ୍ଧନାଥ ସିଂ, ସହକାରୀ ଯନ୍ତ୍ରୀ ମନୋଜ କୁମାର ସାମନ୍ତ ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ କାଂଶବାଂଶ ନଦୀତଟରେ ସୁରକ୍ଷା ପାଚେରୀ ପାଇଁ ସାରଡାଙ୍ଗ ଗ୍ରାମବାସୀ ବିଧାୟକଙ୍କ ନିକଟରେ ଦାବି କରିଥିଲେ ।