ନାବାଳିକା ଅପହରଣ ମାମଲା : ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ

ସମ୍ବଲପୁର: ସମ୍ବଲପୁରର ସ୍ୱତନ୍ତ୍ର ପୋକ୍ସୋ ଜଜ୍୍, ଫାଷ୍ଟଟ୍ରାକ୍ ଏକ ନାବାଳିକା ଅପହରଣ ମାମଲାର ବିଚାର କରି ଅଭିଯୁକ୍ତ ମୋହନ ଖର୍ସେଲଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ।  ଅଦାଲତର ଜଜ୍ ରୋହିତ ଲାଲ ପଣ୍ଡା ଆଜି ତାଙ୍କ ରାୟରେ ଦୋଷୀକୁ ପୋକ୍ସୋ ଆଇନର ଧାର-୬  ଓ ଭାରତୀୟ ପିଙ୍ଗଳ କୋଡର  ବିଭିନ୍ନ ଦଫାରେ ଦଣ୍ଡ ଶୁଣାଇଛନ୍ତି । ଏହି ଅନୁଯାୟୀ ଦୋଷୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଓ ୨୫ ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରାଯାଇଛି ।  ସୂଚନା ଅନୁସାରେ  ବିବାହର ପ୍ରତିଶ୍ରୁତି ଦେଇ ଅଭିଯୁକ୍ତ ବ୍ୟଭିଚାର କରିଥିଲା । ଝିଅକୁ ନପାଇଁ ପରିବାର ଲୋକେ ଥାନାରେ ଏତଲା ଦେଇଥିଲେ । ପୁଲିସ ଉଦ୍ୟମ ପରେ ଝିଅକୁ ଉଦ୍ଧାର କରି ଅଭିଯୁକ୍ତକୁ ଗିରଫ କରିଥିଲେ । ପରେ ସ୍ୱତନ୍ତ୍ର ଫାଷ୍ଟଟ୍ରାକ୍ କୋର୍ଟରେ ମାମଲାର ବିଚାର ଚାଲିଥିଲା । ଏଥିରେ ୧୭ ଜଣଙ୍କ ସାକ୍ଷ୍ୟ ବୟାନ୍ ଓ ୨୦ଟି ସାକ୍ଷ୍ୟ ପ୍ରମାଣକୁ ବିଚାରକୁ ନିଆଯାଇ ଦଣ୍ଡବିଧାନ କରାଯାଇଥିଲା ।